କରୋନା ମୁକାବିଲା ପାଇଁ ବିଜେଡି ବିଧାୟକ ମାନଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ
ପିପିଲି----ବିଶ୍ୱ ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ରାଜ୍ୟର ସମସ୍ତ ବିଜେଡି ବିଧାୟକ ମାନଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭିଡିଓ କନଫରନେସ୍ ମାଧ୍ୟମରେ ଗୁରୁମନ୍ତ୍ର ଦେଇଛନ୍ତି । ଏହି ପରାମର୍ଶ କାର୍ଯ୍ୟକ୍ରମରେ ଡେଲାଙ୍ଗ ପିପିଲି ବିଧାୟକ ପ୍ରଦୀପ ମହାରଥି ଯୋଡି ହୋଇଥିଲେ । ବିଧାୟକ ପ୍ରଦୀପ ମହାରଥି କହିଛନ୍ତି ସୁପ୍ରିମୋଙ୍କ ପରାମର୍ଶ ଅନୁଯାୟୀ କରୋନା ମୁକାବିଲା କରିବା ପାଇଁ ବେଶି ଗୁରୁତ୍ୱ ବଢାଇଛି । ତାଙ୍କ ପରାମର୍ଶକୁ ଡେଲାଙ୍ଗ ପିପିଲି ନିର୍ବାଚନ ମଣ୍ଡଳିର ସମସ୍ତ ପଞ୍ଚାୟତ ଓ ଗ୍ରାମର ବିଜୁ ଜନତା ଦଳର କର୍ମି ମାନେ କରୋନାର ସ୍ୱେଛାସବୀ ଭାବେ କାର୍ଯ୍ୟ କରିବେ । ଯାହା ନିଜ ଅଞ୍ଚଳ ପାଇଁ କରୋନା ମୁକ୍ତ ଭାବେ ଗଢି ତୋଳିବାର ମୁଖ୍ୟ ଲକ୍ଷ୍ୟ ରହିବ । ଆମ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏହି କରୋନା ମୁକାବିଲା ଦେଶ ଓ ବିଦେଶରେ ଏକ ଉଦାହରଣ ସୃଷ୍ଟି କରିବ ବୋଲି ଶ୍ରୀଯୁକ୍ତ ମହାରଥି ନିଜର ମତ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିଧାୟକ ମାନଙ୍କୁ ପରାମର୍ଶ ମନ୍ତ୍ର ମଧ୍ୟରେ ରହିଛି କରୋନା ମହାମାରୀ ସମୟରେ ପୁର୍ବ ଅପେକ୍ଷା ଅଧିକ ଲୋକଙ୍କ ସେବା ଓ ସଚେତନତା ଜରୁରୀ ହୋଇପଡିଛି । ମାକ୍ସ ବ୍ୟବହାର ଓ ସାମାଜିକ ଦୁରତାକୁ ନେଇ ସଚେତନତା,ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ବ୍ୟାପକ କରିବା,ଗହଳିକୁ ଯିବା ନାହିଁ କି ଗହଳି କରିବା ନାହିଁ ,ବିଜେଡି ଦଳର କର୍ମି, ସ୍ୱେଛାସେବୀ, ପ୍ରତି ଆଶାକର୍ମୀ କରୋନା ଯୁଦ୍ଧରେ ଅଞ୍ଚଳରେ ସାମିଲି ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିବା ଜଣାପଡିଛି ।
ପିପିଲିରୁ ବିଜୟ କୁମାର ମହାପାତ୍ର
ପିପିଲିରୁ ବିଜୟ କୁମାର ମହାପାତ୍ର