ଅଧ୍ୟାପକ ରକ୍ତ ଦାନ କରି ଜନ୍ମ ଦିନ ପାଳନ କଲେ
ଡେଲାଙ୍ଗ ----- ଡେଲାଙ୍ଗ ଗାଦିବ୍ରହ୍ମ ଡିଗ୍ରି ମହାବିଦ୍ୟାଳୟର ଯୁବ ରେଡକ୍ରସ ପରାମର୍ଶଦାତା ତଥା ଅଧ୍ୟାପକ ତ୍ରିନାଥ ପରିଡାଙ୍କ ୩୩ତମ ଜନ୍ମ ଦିବସ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି । ରାଜ୍ୟରେ ମହାମାରୀ କରୋନା ସମୟରେ ରକ୍ତଭଣ୍ଡାରରେ ବିଭିନ୍ନ ଦିନରେ ରକ୍ତର ଘୋର ଅଭାବ ଦେଖାଯାଇଛି । ଏହାକୁ ଲକ୍ଷ୍ୟ କରି ମହାବିଦ୍ୟାଳୟର ରେଡକ୍ରସ ୟୁନିଟ ଓ ପୁରାତନ ଛାତ୍ର ମାନଙ୍କ ସହଯୋଗରେ ଏକରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହିରକ୍ତଦାନ ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସରୋଜ କୁମାର ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଡେଲାଙ୍ଗ, କଣାସ, ପିପିଲିରୁ ବିଭିନ୍ନ ଅନୁଷ୍ଠାନ ଓ ସ୍ୱୋଛାସେବୀ ମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି । ଅଧ୍ୟାପକ ନିଜ ଜନ୍ମ ଦିବସକୁ ନିଆରା ଢ଼ଙ୍ଗରେ ପାଳନ କରିଥିବାରୁ ବିଭିନ୍ନ ମହଲରୁ ଶୁଭେଛା ଓ ପ୍ରଶାଂସା ମିଳିଛି । ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଭିନ୍ନ ପ୍ରୟାସ ଓ ସଫଳତା ପାଇଁପୁରୀ ରକ୍ତ ଭଣ୍ଡାର ପକ୍ଷରୁ ମାନପତ୍ରଓ ଟ୍ରଫି ଅଧ୍ୟାପକ ତ୍ରିନାଥ ପରିଡା ଗ୍ରହଣ କରିଥିଲେ । ଏହି କାର୍ଯ୍ୟକମ୍ରକୁ ଅଧ୍ୟାପକ ଯୁଧିଷ୍ଠିର ଘଟୁଆରୀ, ଅଧ୍ୟାପିକା ପ୍ରମୋଦିନି ମହାପାତ୍ର, କବିତା ମିଶ୍ର, ଭବାନୀ ପିୟଦର୍ଶୀନି ମାହାନ୍ତି ପ୍ରମୁଖ ସହଯୋଗ କରିଥିଲେ
।ଡେଲା୍ଙ୍ଗରୁ ଧୀରେନ୍ଦ୍ର ସେନାପତି
।ଡେଲା୍ଙ୍ଗରୁ ଧୀରେନ୍ଦ୍ର ସେନାପତି