Breaking News

ଓଡ଼ଗାଁ ରେ ବନମହୋତ୍ସବ ପାଳିତ



ଓଡ଼ଗାଁ/କୁରାଳ-୭୧ତମ ବନମହୋତ୍ସବ ସପ୍ତାହ ଉପଲକ୍ଷେ ଆଜି ଓଡ଼ଗାଁ ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡା, ମଣ୍ଡଳ ଶିକ୍ଷା ଅଧିକାରୀ ଡ଼ଃ.ବସନ୍ତ କୁମାର ନାୟକ, ଡାକ୍ତର.ଜ୍ଞାନଜ୍ୟୋତି ଦାଶ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତ୍ରିଲୋଚନ ସାମନ୍ତରାୟ, ଚିତ୍ତରଞ୍ଜନ ମିଶ୍ର, ଶିକ୍ଷକ ନରେଶ କୁମାର ପାଣିଗ୍ରାହୀ,ଅନୁଜ ନାୟକ ଇତ୍ୟାଦି ଙ୍କ ଉପସ୍ଥିତି ରେ କଦମ୍ବ,ବଉଳ,ଡାଳିମ୍ବ ଏବଂ ପେସ୍ତାବାଦାମ ଗଛ ଲଗାଯାଇଛି।ବନାଞ୍ଚଳ ଅଧିକାରୀ ବିଦ୍ୟାଳୟ ସ୍ତରରେ ସଚେତନତା ସୃଷ୍ଟି କରି ବୃକ୍ଷ ର ମହାତ୍ମ୍ୟ କୁ ବୁଝାଇ ବୃକ୍ଷ ରୋପଣ କରି ଯତ୍ନ ନେବା, ଡାକ୍ତର ଔଷଧୀୟ ବୃକ୍ଷ ରୋପଣ କୁ ଗୁରୁତ୍ବ ଏବଂ ମଣ୍ଡଳ ଶିକ୍ଷା ଅଧିକାରୀ ବୃକ୍ଷ ରହିବା ଦ୍ଵାରା ପଶୁପକ୍ଷୀ ମାନଙ୍କ କିପରି ପରିବେଶ ସନ୍ତୁଳନ ରହିଛି ସେ ବିଷୟରେ ଗୁରୁତ୍ବ  ଦେବା ସହିତ ଗଛର ଯତ୍ନ ନେବା ପାଇଁ କହିଥିଲେ। ସାମାଜିକ ଦୂରତ୍ବ କୁ ଗୁରୁତ୍ବ ଦେଇ ଉକ୍ତ କାର୍ଯ୍ୟକ୍ରମ ସୂଚାରୁରୂପେ ପାଳନ କରାଯାଇଛି । ସମସ୍ତ କାର୍ଯ୍ୟକ୍ରମ କୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତଥା ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ ପରିଚାଳନା କରିଥିଲେ।

ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts