ଆଷାଢ଼ ମାସ ସରିଲା ବର୍ଷାର ଦେଖା ନାହିଁ, ତଳି ଘେରା ଫାଟି ଆଁ
ଡେଲାଙ୍ଗ --- ଡେଲାଙ୍ଗରେ ଏବେ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଆଷାଢ଼ ମାସ ସରିବାକୁ ଦୁଇଦିନ ରହିଛି । ଶ୍ରାବଣ ମାସ ଆରମ୍ଭ ହେବ । ବର୍ଷା ନାହିଁ ଚାଷୀ ଏବେ ଚିନ୍ତାରେ । ଯେଉଁ ମାନେ ରଜ ସମୟରେ ବିଲରେ ଧାନ ବୁଣି ଥିଲେ ସେମାନଙ୍କର ଗଛ ହୋଇଛି । ସେହିପରି ଏବେ ତଳି ଘେର ଗୁଡିକ ଫାଟିକି ଆଁ କରିଛି । ଅନ୍ୟପକ୍ଷେ କୃଷି ବିଭାଗ ପକ୍ଷରୁ ଡେଲାଙ୍ଗ ବ୍ଳକରେ ୧୫.୧୦୦ ହେକ୍ଟର ଖରିଫ ଋତୁରେ ଧାନ ଚାଷ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି । ସେଥି ମଧ୍ୟରୁ ଖାଲ ଜମି ୫ ହେକ୍ଟର, ମଧ୍ୟମ ଜମି ୯ ହେକ୍ଟର ଓ ଡିପ ଜମି ୧.୧ଶହ ହେକ୍ଟର ଜମିରେ ଚାଷ କରାଯିବ ବୋଲି ଡେଲାଙ୍ଗ ସହକାରୀ କୃଷି ଅଧିକାରୀ ରାକେଶ କୁମାର ରାଉତଙ୍କ ଠାରୁ ପ୍ରକାଶ । ଆସନ୍ତା ଏକ ସପ୍ତାହ ମଧ୍ୟରେ ବର୍ଷା ଯଦି ନହୁଏ ତା ହେଲେ ଡେଲାଙ୍ଗ ବ୍ଳକରେ ଶହ ଶହ ଧାନତଳି ଘେରା ଜଳିଯିବ ବୋଲି ଚାଷୀ ମାନେ କହିଛନ୍ତି । ଗୋଟିଏ ପଟେ ରାଜ୍ୟରେ ମହାମାରୀ କରୋନା ଦାଉ ସାଜିଥିବା ବେଳେ ଅନ୍ୟ ପକ୍ଷେ ବର୍ଷା ଚାଷୀଙ୍କ ପାଇଁ ଦାଉ ସାଜିଛି ।
ଡେଲା୍ଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲା୍ଙ୍ଗରୁ ଧୀରେନ୍ଦ୍ର ସେନାପତି