Breaking News

ବରୀରେ ସି.ଏସ୍‌.ସି. ଦିବସ ପାଳନ

ବରୀ---- ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବାଲିଆପାଳ ଛକ ସ୍ଥିତ ଜନସେବା କେନ୍ଦ୍ରରେ ଗୁରୁବାର ସି.ଏସ୍‌.ସି.  ଦିବସ ପାଳିତ ହୋଇଯାଇଛି । ଭଅଁରା ପଞ୍ଚାୟତର ସରପଞ୍ଚ ଶୁସାନ୍ତ କୁମାର ଦାସ ଓ ଚମ୍ପିଆନ୍ ଭି.ଏଲ୍‌.ଇ.ଙ୍କ ଦ୍ୱାରା ସି.ଏସ୍‌.ସି.ରେ କେକ୍ କାଟି ଉତ୍ସବ ପାଳନ କରିଥିଲେ । ବାଲିଆପାଳ ଛକର ଦୋକାନୀ ଓ ଗ୍ରାହକମାନଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବା, ମୁହଁରେ ମାକ୍ସ୍ ପିନ୍ଧିବା, ହାତ ଧୋଇବାର ଆବଶ୍ୟକତା ସମ୍ପର୍କରେ ସଚେତନତା କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ଶତାଧିକ ଲେକାଙ୍କୁ ମାକ୍ସ୍ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବରୀ ବ୍ଲକ ସି.ଏସ୍‌.ସି. ସଂଘର ସଭାପତି ତଥା କଳାମାଟିଆ ଭି.ଏଲ୍‌.ଇ. ସୁକାନ୍ତ କୁମାର ଧଳ, ବ୍ରଜ ବିହାରୀ ଶୁକ୍ଳ, ବିରଞ୍ଚି ନାରାୟଣ ପଣ୍ଡା, ଦୀପକ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଆସନ୍ତା ଅଗଷ୍ଟମାସ ଶେଷ ସୁଦ୍ଧା ପ୍ରାୟ ସବୁ ପଞ୍ଚାୟତର ପଞ୍ଚାୟତ ଅଫିସ୍‌ର ପାଖା ପାଖି ଥିବା ୪ ରୁ ୫ ଟି ସରକାରୀ ଅନୁଷ୍ଠାନକୁ ସି.ଏସ୍‌.ସି.ଏସ୍‌.ପି.ଭି.ର ଭାରତ ନେ୍‌ଟ୍ ପ୍ରୋଜେକ୍ଟ୍ ଦ୍ୱାରା ବିନାମୂଲ୍ୟରେ ହାଇସ୍ପିଡ୍ ନେଟ୍ ଯୋଗାଇଦିଆଯିବ ବୋଲି ଚମ୍ପିଆନ୍ ଭି.ଏଲ୍‌.ଇ. ଅପୂର୍ବ ରଞ୍ଜନ ସାହୁ କହିଛନ୍ତି ।
ଯାଜପୁର ବରୀ ଦର୍ଶନ ବେହେରା

Blog Archive

Popular Posts