କେନାଲ, ପୋଖରୀ ହୁଡା, ନଦୀ ବନ୍ଧ, ରାସ୍ତା, ଗାଁ ପଡିଆକୁ ମୁକ୍ତାକାଶ ଶୌଚାଳୟ
ସାକ୍ଷୀଗୋପାଳ---- ରାଜ୍ୟ ସରକାର ଲୋକମାନଙ୍କ ପାଇଁ ଯେତେ ସୁବିଧା କଲେ ମଧ୍ୟ ସଚେତନତା ଅଭାବରୁ ସବୁ ଫେଲ ମାରିଛି । ସରାକରଙ୍କ ସ୍ୱଚ୍ଛ ଭାରତ ମିଶନ ସତ୍ୟବାଦୀରେ ବାଟବଣା ହୋଇଯାଇଛି । ଏପରିକି ଗୋଟିଏ ଗୋଟିଏ ପରିବାର ବାପା, ପୁଅ, ମା , ଝିଅ ନାମରେ ପାଇଖାନା କରି ନେଇଛନ୍ତି । ଯେଉଁମାନେ କରି ନାହାନ୍ତି ସେମାନଙ୍କ ନାମରେ ମଧ୍ୟ ପାଇଖାନା ହୋଇଛି ବୋଲି ବିଲ କରି ନିଆଯାଇଛି । ବ୍ଳକ ପ୍ରଶାସନ ଓ ପାନୀୟ ଜଳ ଯୋଗାଣ ବିଭାଗ ଦ୍ୱାରା କେତେକ ଏଜେନ୍ସି ମାଧ୍ୟମରେ କିଛି ପାଇଖାନା କରାଯାଇଥିଲା । ସେଥି ମଧ୍ୟରୁ ଅଧିକାଂଶ ପାଇଖାନା କହାର ଛପର ନଥିବା ବେଳେ କେତେକ ପାଇଖାନାର ଦୁଆର ନାହିଁ । ଫନି ବାତ୍ୟାରେ ଶତାଧିକ ପାଇଖାନା ଭାଙ୍ଗି ରୁଜି ଯାଇଛି । କିଛି ହିତାଧିକାରୀ ମାନେ ଏବେ ହିତାଧିକାରି ମାନେ ପାଇଖାନା ଘରେ ଜାଳ, କୁଣ୍ଡା, ଚାଷ ସମାଗ୍ରୀ ସହିତ ଘର ର ଅଦରକାରୀ ଜିନିଷ ଓ କୁକୁଡା ଚାଷ କରୁଥିବାର ଦେଖାଯାଇଛି । କିଛି ଲୋକମାନେ ସେମାନଙ୍କର ଅଭ୍ୟାସ ବଦାଳଇବାରେ ନାଁ ଗନ୍ଧ ଧରୁ ନାହାନ୍ତି । ନଦୀ ବନ୍ଧ, କେନାଲ ବନ୍ଧ, ପୋଖରୀ ହୁଡା, ବଗିଚା ବାଡି, ମାନଙ୍କରେ ମଳତ୍ୟାଗ କରୁଥିବା ଦେଖାଯାଉଛି । ସେମାନଙ୍କ ସୁଚନାଯୋଗ୍ୟ ଯେ ଭାର୍ଗବୀ ନଦୀର ଉଭୟ ପାଶ୍ୱର୍, ସାକ୍ଷୀଗୋପାଳ ବାଞ୍ଚ କେନାଲ ବନ୍ଧ, ଚନ୍ଦନପୁର ବାଞ୍ଚ କେନାଲ ବନ୍ଧ, ରତ୍ନଚିରା ନଦୀ ବନ୍ଧ, ଜୟପୁର- ସାରଙ୍ଗଯୋଡି ରାସ୍ତା, ପଟ୍ଟନାୟକିଆ- ବଳପୁର ରାସ୍ତା, ସାକ୍ଷୀଗୋପାଳ- ଅଳଗୁମ ରାସ୍ତା ଉଭୟ ପାଶ୍ୱର୍ ଏବେ ମୁକ୍ତାକାଶ ପାଇଖାନା ପାଲଟିଛି । ବର୍ଷା ହୋଇଗଲେ ଦୁର୍ଗନ୍ଧରେ ନାକ ଫାଟି ବଡୁଛି । ଏପରିକି ସେହି ରାସ୍ତାରେ ଯାଇ ହେଉନାହିଁ । ବିଗତ ଦିନରେ ପୁରୀ ଜିଲ୍ଲାପାଳ, ଉପଜିଲ୍ଲା ପାଳ, ପି.ଡି, ଯୋଗାଣ ବିଭାଗ, ବିଡିଓ, ଜେଇ ମାନଙ୍କ ସହିତ ସରପଞ୍ଚ , ଜିଲ୍ଲାପରିଷଦସଭ୍ୟ, ସମିତିସଭ୍ୟାସଭ୍ୟା, ବ୍ଳକ ଅଧ୍ୟକ୍ଷ, ଅଧ୍ୟକ୍ଷା ଓ ଜନପ୍ରତିନିଧି ଅଚାନକ ବିଭିନ୍ନ ଗ୍ରାମ ଚଡଉ କରି ପୋଖରୀ ହୁଡା, ନଦୀବନ୍ଧ, ଗାଁ ପଡିଆରେ ମଳତ୍ୟାଗ କରୁଥିବା ଲୋକମାନଙ୍କୁ ଗୋଲାପ ଫୁଲ ଦେଇ ସଚେତନତା କରାଯାଇଥିଲା । ଏଣେ ପ୍ରଶାସନ ପକ୍ଷରୁ ସତ୍ୟବାଦୀର ଗ୍ରାମ ଗୁଡିକର ପ୍ରବେଶ ପଥରେ ମଳତ୍ୟାଗ ମୁକ୍ତ ଗାଁ ବୋଲି ସାଇନ ବୋର୍ଡ ଲଗାଯାଇଛି । ମାତ୍ର ସକାଳେ ଓ ସଂଧ୍ୟା ହେଲେ ଲାଜ ସରମକୁ ପଛରେ ପକାଇ ପୁରୁଷ, ମହିଳା, ପିଲାଛୁଆ ମାନେ ରାସ୍ତା ଉପରେ ମଳତ୍ୟଗା କରୁଛନ୍ତ । ବାହାରେ ମଳତ୍ୟାଗ କରୁଥିବା ଲୋକମାନଙ୍କର ରାଶନ କାର୍ଡ ବାତିଲି କରିବା ସହ ଜିଲ୍ଲାପାଳ ନଜର ଦେବାକୁ ସଚେତନ ନାଗରିକ ମାନେ ଦାବୀ କରୁଛନ୍ତି ।
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି