ନିରାଶ୍ରିତଙ୍କୁ ସହାୟ ହେଲା ଆସ୍ଥା ଫାଉଣ୍ଡେସନ
ବରଗଡ଼----- ଚାରିଆଡେ କୋରୋନା ମହାମାରୀର ତାଣ୍ଡବରେ ଲୋକେ ଯୁଝି ହେଉଛି । ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ବରଗଡ ଜିଲ୍ଲା ଶାଖା ପକ୍ଷରୁ ଟ୍ରଷ୍ଟର ଦିଲ୍ଲୀପ ଦାଶଙ୍କ ନେତୃତ୍ୱରେ ଆଜି ବିଜେପୁର ଅନ୍ତର୍ଗତ ସମଳାଇପଦର ପାର୍ବତୀ ଗିରି ଅନାଥା ଆଶ୍ରମରେ ପହଞ୍ଚି ନିରାଶ୍ରିତ ବୃଦ୍ଧ ବୃଦ୍ଧାଙ୍କ ସୁଖଦୁଃଖ ବୁଝିଛନ୍ତି । କରୋନା ମହାମାରୀରୁ କିପରି ଦୁରେଇ ରହିବେ ଓ ନିଜକୁ ସୁରକ୍ଷିତ ରଖିବେ ସେ ବିଷୟରେ ଅନ୍ତୋବାସି ମାନଙ୍କୁ ସଚେତନ କରାଇଥିଲେ । ପରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରି ସେମାନଙ୍କ ଗ୍ରହଣ ରେ କିଛି ସମୟ ଅତିବାହିତ କରିଥିଲେ।ଏହି ଅବସରରେ ଟ୍ରଷ୍ଟ ର ଶ୍ରବଣ ଭୋଇ,ଯଶୋବନ୍ତ ପ୍ରଧାନ,ଆନନ୍ଦ ମୁଆନି, ପ୍ରଦୀପ ପଟେଲ,ଦଶରଥ ନାଏକ,ଅକ୍ଷୟ ପ୍ରଧାନ ପ୍ରମୁଖଙ୍କ ସହ ଟ୍ରଷ୍ଟର ବହୁ ସଭ୍ୟ ଯୋଗ ଦେଇଥିଲେ।ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସନୀୟ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ.