ଓଡ଼ଗାଁ ବ୍ଲକ ଅଞ୍ଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ୪୮ଜଣଙ୍କର ସ୍ୱାବ ସଂଗ୍ରହ
ଓଡ଼ଗାଁ/କୁରାଳ- ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅଞ୍ଚଳରେ ବର୍ଦ୍ଧିତ କରୋନା ଆକ୍ରାନ୍ତଙ୍କର ସଂଖ୍ୟା ଅଞ୍ଚଳବାସୀଙ୍କର ନିଦ ହଜାଇ ଦେଇଛି ।
ଓଡ଼ଗାଁ ଅଞ୍ଚଳରେ ସମୁଦାୟ ଆଜି ସୁଦ୍ଧା ୧୨୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ସମଗ୍ର ଜିଲ୍ଲାରେ ସର୍ବାଧିକ ଅଟେ । ଆଜି ପ୍ରଶାସନ ତରଫରୁ ପୁଣି ଯୁଦ୍ଧକାଳୀନ ଭିତ୍ତିରେ ୪୮ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଛି । ଉକ୍ତ ୪୮ଜଣଙ୍କର ମଧ୍ୟରୁ କୁରାଳର ୧୨ ,ସୁନାମୁଁହିଁ ୧୪,ରୋହିବାଙ୍କ ୨,ଗିରିଡିପଲ୍ଲୀ ୪ ଏବଂ ଓଡ଼ଗାଁ ଏନ.ଏସିର ୧୬ଜଣ ଅଟନ୍ତି ବୋଲି ଅସମର୍ଥୀତ ସୂତ୍ରରୁ ସୂଚନା ମିଳିଅଛି ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ