Breaking News

ମା’ ତାରିଣୀ ହେଲ୍‌ପିଙ୍ଗ୍ ହ୍ୟାଣ୍ଡସ୍ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ସହାୟତା

କୁଜଙ୍ଗ----- କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ବାଲିଆପଡ଼ା ଗ୍ରାମର ଅସହାୟ ଓ ବିଧବା ମହିଳା ଝୁନୁବାଳା ସାମନ୍ତରାୟଙ୍କ ପୁତ୍ର ମୋହନ ଜନ୍ମରୁ ଦିବ୍ୟାଙ୍ଗ । ଦୀର୍ଘ ୫ ବର୍ଷ ହେବ ଝୁନୁବାଳାଙ୍ଗ ସ୍ୱାମୀ ଅଶୋକଙ୍କର ପରୋଲୋକ ହୋଇଗଲାଣି । ଦୁଇଓଳି ଦୁଇମୁଠା ଖାଇବା ଲାଗି ଉକ୍ତ ବିଧବା ମହିଳା ଅହରହ ଚେଷ୍ଟିତ ଥିଲାବେଳେ ସେଥିରେ ଦିବ୍ୟାଙ୍ଗ ପୁଅର ଔଷଧ ଖର୍ଚ୍ଚ ବୋଝ ଉପରେ ନଳିତା ବିଡ଼ା ସଦୃଶ ପାଲଟିଛି ।  ଦିବ୍ୟାଙ୍ଗଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ ସଂପର୍କରେ ଖବର ପାଇ ମା ତାରିଣୀ ହେଲ୍‌ପିଙ୍ଗ୍ ହ୍ୟାଣ୍ଡସ୍ ସଭାପତି ଶଙ୍ଖେଶ୍ୱର ପ୍ରସାଦ ମହାନ୍ତିଙ୍କ ନିଷ୍ପତ୍ତିକ୍ରମେ ମୁଖ୍ୟ ସଂଯୋଜକ ଓ କୋଷାଧ୍ୟକ୍ଷ ବିବେକାନନ୍ଦ ମହାନ୍ତି, ଉପସଚିବ ବିପିନ କୁମାର ସାହୁ, ସହ କୋଷାଧ୍ୟକ୍ଷ ଉତ୍ତମ ଦାସ ପ୍ରମୁଖ ସଦସ୍ୟ ରମାକାନ୍ତ ବରାଳ, ସ୍ୱାଧୀନ ସେନାପତି ପ୍ରଭୃତି ଝୁନୁବାଳାଙ୍କ ବାଲିଆପଡ଼ା ଘରେ ପହଞ୍ôଚ ତାଙ୍କୁ ୮ ହଜାର ଟଙ୍କା ପୁଅର ଚିକିତ୍ସା ନିମନ୍ତେ ଆର୍ଥୀକ ସହାୟତା ଦେବା ସହିତ ପୁଅ ମୋହନର ଆଶୁ ଆରୋଗ୍ୟ କାମନା କରିଛନ୍ତି । 
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର

Blog Archive

Popular Posts