Breaking News

ପୋଖରୀ ହୁଡା ଓ ରାସ୍ତାରେ ଯୁବକ ମାନେ ବୃକ୍ଷ ରୋପଣ କଲେ

ସାକ୍ଷୀଗୋପାଳ------ରାଜ୍ୟରେ କରୋନା ଯୋଗୁ ବିଭିନ୍ନ ବେସରକାରୀ ସଂସ୍ଥା ବନ୍ଦ ହୋଇ ପଡିଛି । ଏପରିକି ଗ୍ରାମରେ ଯୁବକ ମାନେ ଘରେ ବସି ରହିଛନ୍ତି । ସତ୍ୟବାଦୀ ବ୍ଳକ ବିଶ୍ୱନାଥପୁର ଗ୍ରାମ ପଞ୍ଚାୟତର ବ୍ରାହ୍ମଣପଡା ଗ୍ରାମ ରାସ୍ତାରେ ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖାର ମିଳିତ ସହଯୋଗରେ ଗଙ୍ଗସିଉଳି, କୃଷ୍ଣଚୁଡା ରାଧାଚୁଡା, ଅଁଳା ଓ କଦମ୍ବ ବୃକ୍ଷର  ଚାରା ଗ୍ରାମ ରାସ୍ତାରେ ଲଗାଯାଇଛି । ଏପରିକି ଏହି ଗଛ ଗୁଡିକ ଯେପରି ବଞ୍ଚି ରହିଲେ ମହାମାରୀ କରୋନା କଥା ମନେ ରହିବ ବୋଲି ଯୁବକ ମାନେ ଗ୍ରାମବାସୀ ମାନଙ୍କୁ କହିବା ସହ ସହଯୋଗ କରିବା ପାଇଁ କହିଥିଲେ । ଗଛ ଯେପରି ଗାଇ ଗୋରୁ , ଛେଳି ନ ଖାଆନ୍ତି ସେଥିପାଇଁ ବାଡ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଂଗ୍ରାମ ମହାପାତ୍ର, ନୀଳାଚଳ ମହାପାତ୍ର, ପୁରୁଷୋତ୍ତମ ମହାପାତ୍ର, ପବିତ୍ର ମହାପାତ୍ର ଓ ଅଭିଷେକ ମହାପାତ୍ର ପ୍ରମୁଖ ବୃକ୍ଷ ରୋପଣ କରିଥିଲେ ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts