ମହିଳାଙ୍କ ଏଟିଏମ କାର୍ଡ ବଦଳ କରି ୮୭ ହଜାର ଟଙ୍କା ଲୁଟିନେଲେ ଯୁବକ
ସାକ୍ଷୀଗୋପାଳ------- ଜଣେ ଯୁବକ ନିଜ ଏଟିଏମ କାର୍ଡ ବଦଳାଇ ଦେଇ ମହିଳାଙ୍କ କାର୍ଡ ନେଇ ୪ ଥରରେ ୮୭ ହଜାର ଟଙ୍କା ଉଠାଇ ନେଇଥବା ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି । ସୁଚନା ଯୋଗ୍ୟ ରେ ସତ୍ୟବାଦୀ ଥାନା ପରହାଟ ଗ୍ରାମର ଗଗନୀ ପ୍ରଧାନ ( ୩୦) ସାକ୍ଷୀଗୋପାଳ ଏଟିିଏମରୁ ଟଙ୍କା ଉଠାଇବା ପାଇଁ ଆସିଥିଲେ । ମାତ୍ର କୌଣସି କାରଣରୁ ତାଙ୍କର ଟଙ୍କା ଉଠାଣ ହୋଇ ପାରିନଥିଲା । ସେହି ସମୟରେ ଉକ୍ତ ଏଟିଏମ ମଧ୍ୟରେ ଜଣେ ଯୁବକ ଥିଲା । ସେ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଥିଲା । ମହିଳାଙ୍କ ହାତରୁ ଏଟିଏମ କାର୍ଡଟିକୁ ନେଇ ଟଙ୍କା ଉଠାଇବା ପାଇଁ ମେସିନରେ ପୁରାଇବା ସହ ମହିଳାଙ୍କ ଠାରୁ ପିନ ନମ୍ବର ନେଇଯାଇଥିଲେ । କିଛି ସମୟ ପରେ ତମର ଟଙ୍କା ବାହାରୁ ନାହିଁ କିଛି ସମୟ ଅପେକ୍ଷା କରିବା ପାଇଁ କହିଥିଲେ । ମହିଳା ଜଣଙ୍କ ଏଟିଏମ ମଧ୍ୟରୁ ବାହାରି ଆସି ବାହାରେ ଅପେକ୍ଷା କରିଥିଲେ । ଏହା ମଧ୍ୟରେ ଯୁବକ ଜଣଙ୍କ ମହିଳାଙ୍କ ଏଟିଏମ କାର୍ଡକୁ ବଦଳାଇ ଦେଇଥିଲା । ମହିଳା ଜଣଙ୍କ ଏହା ଜାଣି ପାରିନଥିଲେ । ଶେଷରେ ସେ ତାଙ୍କର ଖୁଡୁତାଶୁରଙ୍କୁ ଫୋନ ଯୋଗେ ଡକାଇଥିଲେ । ସେ ଆସି ଏଟିଏମ ମେସିନରେ ଟଙ୍କା ଉଠାଣ ପାଇଁ ଉଦ୍ଦ୍ୟମ ଆରମ୍ଭ କରିବା ବେଳେ ଜାଣିଥିଲେ ଯେ ଉକ୍ତ ଏଟିଏମ କାର୍ଡର୍ଟି ତାଙ୍କର ନୁହେଁ । ଏ ସମ୍ପର୍କରେ ତୁରନ୍ତ ବ୍ୟାଙ୍କ ମ୍ୟନେଜରଙ୍କ ୁ ଜଣାଇବା ପରେ ଜଣାପଡିଥିଲା ଯେ ୪ ଥରରେ ୮୭ ହଜାର ଟଙ୍କା ଉଠାଣ ହୋଇଛି । ଏବଂ ଉକ୍ତ ଏଟିଏମ କାର୍ଡଟି ବାଇଧର ବଢ଼େଇ, କମାକନ୍ତିଆ, ବଲଙ୍ଗା ଥାନା ଅଞ୍ଚଳର ବୋଲି ଜଣାପଡିିଛି । ତୁରନ୍ତ ଅଭିଯୁକ୍ତକୁ ଧରିବା ପାଇଁ ଗଗନି ନିବେଦନ କରିଛି । ଅଭିଯୋଗ ପାଇବାପରେ ସତ୍ୟବାଦୀ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି