ନାଟ୍ୟ ନିର୍ଦ୍ଦେଶକଙ୍କ ପରଲୋକ :ବିଭିନ୍ନ ମହଲରୁ ଶୋକ ପ୍ରକାଶ
ଓଡ଼ଗାଁ/କୁରାଳ- ଓଡ଼ଗାଁ ନିକଟବର୍ତ୍ତୀ ରାଜ୍ୟସ୍ତରୀୟ କଳାକାର ,ନାଟ୍ୟ ନିର୍ଦ୍ଦେଶକ ରଘୁନାଥ ପାତ୍ର (୫୯)ଙ୍କର ହୃଦଘାତରେ ପରଲୋକ ଘଟିଅଛି । ନିଜ ବିଲଜମିରେ ଚାଷ କରୁଥିବା ସମୟରେ ହଠାତ ତଳେ ପଡିଯାଇଥିଲେ । ଏଇମାଟିର ସୁଯୋଗ୍ୟ ସନ୍ତାନ ,ରଘୁନାଥ ଦୀର୍ଘ ବର୍ଷ ଧରି କଳିଙ୍ଗ ଅପେରାରେ କାର୍ଯ୍ୟ କରୁଥିଲେ ।ପ୍ରାୟ ୫୦ତିରୁ ଉର୍ଦ୍ଧ୍ବ ଅପେରାରେ କାର୍ଯ୍ୟ କରିବା ସହିତ ଯାତ୍ରା ଜଗତରେ ଜଣେ ନିଖୁଣ କଳାକାର ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ ।
୧୯୯୬ମସିହାରେ ନୟାଗଡ଼ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ଶ୍ରେଷ୍ଠ କଳାକାରରେ ସମ୍ମାନିତ କରାଯାଇଥିଲା ।'ଫୁଲ ଆଣିଛି ଫୁଲବାଣୀ' ନାଟକରୁ ଫୁଲର ବାପା ଚରିତ୍ରରେ ଅଭିନୟ କରି ବେଶ ପରିଚିତ ହୋଇଥିଲେ ।ତାଙ୍କ ଅକାଳ ବିୟୋଗରେ ସରପଞ୍ଚ ଶ୍ୱେତାଲିନା ମିଶ୍ର ,ସମିତି ସଭ୍ୟ ବ୍ରଜକିଶୋର ଡାକୁଆ ,ଯୁବନେତା ସୁଧାକର ଷଡଙ୍ଗୀ, ଓକିଲ ମନୋଜ ପଟ୍ଟନାୟକ ,ସୁରେନ୍ଦ୍ର ନାୟକ ,ଚଳଚ୍ଚିତ୍ର ନିର୍ଦ୍ଦେଶକ ନାରାୟଣ ଘଡେଇ, ଠିକାଦାର ସୁରେନ୍ଦ୍ର ପ୍ରଧାନ ,ଭଗବାନ ରାଉତ ,ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷା ନଳିନୀ ପ୍ରଭା ସେଠୀ ଶୋକବ୍ୟକ୍ତ କରିବା ସହିତ ସ୍ବର୍ଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ