Breaking News

ଓଡ଼ଗାଁ ଆଦର୍ଶ ଥାନା ପରିସର ବିଶୋଧନ କରାଗଲା


ଓଡ଼ଗାଁ/କୁରାଳ - ଗତକାଲି ଓଡ଼ଗାଁ ଆଦର୍ଶ ଥାନାର ଜଣେ ଫୋର୍ସ କରୋନା ପଜିଟିଭ ଚିହ୍ନଟ ହେବା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
ପୂର୍ବରୁ ମଧ୍ୟ ଓଡ଼ଗାଁ ଏନ.ଏସି କଣ୍ଟେନମେଣ୍ଟ ଜୋନରେ ଥିବା ବେଳେ ସମସ୍ତ ପୋଲିସ କର୍ମଚାରୀଙ୍କୁ ନିଜକୁ ନିଜେ ଗୃହବନ୍ଦୀ ଭାବେ ରହିବାକୁ ନିର୍ଦ୍ଦେଶ ଜାରି ହୋଇଅଛି । ଓଡ଼ଗାଁ ଅଗ୍ନିଶମ ବିଭାଗ ଦ୍ଵାରା ସମ୍ପୁର୍ଣ୍ଣ ଥାନା ସମେତ ଥାନା କାର୍ଯ୍ୟରେ ବ୍ୟବହୃତ ଗାଡିଗୁଡିକୁ ମଧ୍ୟ ସାନିଟାଇଜେସନ କରାଯାଇଅଛି ।
ପ୍ରଶାସନ ତରଫରୁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରିବା କାର୍ଯ୍ୟକ୍ରମ ଜାରି ରହିଛି ବୋଲି ସୂଚନା ମିଳିଅଛି।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts