ଗୋପିନାଥ ମେଡିକାଲ ସିଲ୍ ହେଲା
ସାକ୍ଷୀଗୋପାଳ-- ଭୁବନେଶ୍ୱର---- ପୁରୀ ୩୧୬ ନଂ ଜାତୀୟ ରାଜପଥର ସତ୍ୟବାଦୀ ବ୍ଲକ ଛକ ନିକଟରେ ଥିବା ଗୋପିନାଥ ମେଡିକାଲ କୁ ବ୍ଲକ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ଏଠାରେ ଜଣେ ପିପିଲି ଅଞ୍ଚଳର ରୋଗୀ ଚିକିତ୍ସା ହେଉଥିବା ବେଳେ ସେ କରୋନା ରୋଗରେ ଆକ୍ରାନ୍ତ ବୋଲି ଜଣାପଡିଛି । ଏହି ଖବର ପାଇ ସତ୍ୟବାଦୀ ବ୍ଲକ ବିଡିଓ ସରୋଜ କୁମାର ଦତ୍ତ ଉକ୍ତ ମେଡିକାଲକୁ ସିଲ୍ କରାଯାଇଛି ବୋଲି କହନ୍ତି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି