Breaking News

ଅତାବିରାରେ ଡିଜେଲ ଚୋରଙ୍କ ଆତଙ୍କ,ବୁଲୁଛି ନମ୍ବର ବିହୀନ ଧଳା ବୋଲେରୋ.....

ବରଗଡ଼  -----   ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ ବିଗତ ଦିନରୁ ଦିନ ଦ୍ବୀପହରେ ଚୋରି ଡକାୟତି ସହ ଲୁଟେରା ମାନେ ଯିବାଆସିବା ଲୋକଙ୍କ ଠାରୁ ଲୁଟି ଫେରାର ଘଟଣା ଅଞ୍ଚଳରେ ନଜିର ରହିଛି।ଏବେ ପୁଣି ଡିଜେଲ ଚୋରଙ୍କ ଆତଙ୍କ ସାମ୍ନାକୁ ଆସିଛି।ଅତାବିରା ମଧ୍ୟଦେଇ ଚାରିଥାକିଆ ମୁମ୍ବାଇ -କଲିକତା ୫୩ନଂ ଜାତୀୟ ରାଜପଥ ଭେଦ କରି ଯାଇଛି।ଏହି ରାଜରାସ୍ତା କଡରେ ଦୂରଦୂରାନ୍ତରୁ ଯିବାଆସିବା କରୁଥିବା ଗାଡି ମଟର ହାଲିଆ ହୋଇ ରାଜରାସ୍ତା କଡରେ ତଥା ପାର୍କିଂ ସ୍ଥଳରେ ଆଶ୍ରୟ ନେଇଥାନ୍ତି। ଏହି ସୁଯୋଗ ନେଇ ଚୋରମାନେ  ଏକ ନମ୍ବର ବିହୀନ ଧଳା ବୋଲେରୋ ଗୋଡ଼ଭଗା କେମ୍ପରୁ ରେଙ୍ଗାଲିକେମ୍ପ ଛକ ପର୍ଯ୍ୟନ୍ତ ବୁଲୁଛନ୍ତି ।  କିଏ ଶୋଇଛି କାହାର ଚେତା ଅଛି ଏସବୁକୁ ଅନୁଧ୍ୟାନ କରି  ସୁଯୋଗ ଦେଖି ଗାଡି ମାନଙ୍କର ଡିଜେଇ ଟାଙ୍କି ଫାଡ଼ି ଅନାୟସରେ ଡିଜେଲ ଚୋରୀ କରି ଚମ୍ପଟ ମାରୁଥିବା  ଜଣାପଡିଛି । ଏହାକୁ ନେଇ ଅଞ୍ଚଳରେ ବେଶ ଚର୍ଚ୍ଚାର ହେଉଥିବାବେଳେ ଏଥିରେ ଚାରିଜଣ ଦୁର୍ବୁତ୍ତ ରହିଥିବା ଚର୍ଚ୍ଚା ହେଉଛି।ଏହି ଘଟଣା ଅଞ୍ଚଳରେ ଏବେ ନିତିଦିନିଆ ସାଜିଥିବାବେଳେ ପୋଲିସ ପକ୍ଷରୁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ।ରାଜରାସ୍ତା କଡରୁ ପୋଲିସ ପ୍ରେଟୋଲିଂ ଥିବା ସତ୍ତ୍ୱେ କିପରି ଭାବେ ଚୋର ମାନେ ଚୋରି କରି କଳାକନା ବୁଲାଇ ଫେରାର ହେଇଯାଉଛନ୍ତି ତାହା ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚି ସୃଷ୍ଟି କରୁଛି।ଯାହା ଏଇ କିଛି ଦିନ ମଧ୍ୟରେ ମହାରାଷ୍ଟ୍ର,ଉତ୍ତର ପ୍ରଦେଶ,ମଧ୍ୟ -ପ୍ରଦେଶ ରୁ ଆସୁଥିବା ଟ୍ରକ ତଥା କିରୋସିନି ଟ୍ୟାଙ୍କର ଆଦି ଗାଡି ତଥା ମଧ୍ୟପ୍ରଦେଶର ଏମ୍ ପି ୦୯ଏଚଏଚ ୪୦୫୦ ରୁ ୧୫୦ ଲିଟର,ଉତ୍ତର ପ୍ରଦେଶ ର ୯୪ଟି ୫୫୭୫ରୁ ୨୦୦ଲିଟର,ମହାରାଷ୍ଟ୍ର ଏମ୍ ଏଚ ୪୬ଏଫ ୦୦୧୮ରୁ ୩୦୦ଲିଟର ଓ ସମ୍ବଲପୁର କ୍ଷେତରାଜପୁର ଓଆର ୧୫ ଇ ୭୯୫୨ରୁ ୧୫୦ଲିଟର ଚୋରି ହୋଇଥିବା ଅଭିଯୋଗ ହୋଇଛି। ତେବେ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଟ୍ରକ ମାଲିକ ତଥା ଡ୍ରାଇଭର ମାନଙ୍କ ପକ୍ଷରୁ ଦାବି ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ..

Blog Archive

Popular Posts