Breaking News

ବ୍ରହେଶ୍ୱରପୁର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ସରପଞ୍ଚ

ଡେଲାଙ୍ଗ ------ ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବେରବୋଇ ଗ୍ରାମ ପଞ୍ଚାୟତର ବ୍ରହ୍ମେଶ୍ୱରପୁର ଗ୍ରାମରେ ଜଣେ ମହିଳା କରୋନା ପଜେଟିଭି ଚହ୍ନଟ ହୋଇଛନ୍ତି । ସୁଚନାଯୋଗ୍ୟଯେ ମହିଳା ଜଣଙ୍କ ବହୁଦିନ ଧରି ତାଙ୍କ ବରପଦା ବାପ ଘରକୁ ଯାଇଥିଲେ । ସେଠାରେ ତାଙ୍କର ବଡ ଭଉଣୀ କରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ସହିତ ମିଳାମିଶା କରିଥିଲେ । ମାତ୍ର ମହିଳାଙ୍କ ଠାରେ କୌଣସି ଲକ୍ଷ୍ୟ ଦେଖା ନ ଯାଇଥିଲେ ମଧ୍ୟ ସନ୍ଦେହରେ  ତାଙ୍କର ସ୍ୱାବ ଟେଷ୍ଟ କରିବା ପରେ ପଜେଟିଭି ଆସିଥିଲା । ଏହି ଖବର ଜାଣିବା ପରେ ମହିଳା ଜଣଙ୍କ ଏଠାରେ କାହା କାହା ସହିତ ମିଳା ମିଶା କରିଛନ୍ତି ତାହା ଏବେ ତାଲିକା ପ୍ରସ୍ତୁତି କରାଯାଉଛି । ଉକ୍ତ ପରିବାରଙ୍କୁ ଘରୁ ନ ବହାରିବା ପାଇଁ କୁହାଯାଇଛି । ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ ଓ ସ୍ଥାନୀୟ ସରପଞ୍ଚ ଜ୍ୟୋତିମର‌୍ୟୀ  ସ୍ୱାଇଁ ଉକ୍ତ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହ ସମସ୍ତ ପ୍ରବେଶ ପଥ ସିଲ କରାଯାଇଛି । ଶନିବାର ଦିନ ଡେଲାଙ୍ଗ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉକ୍ତ ଗ୍ରାମକୁ ଅଗ୍ନିଶମ ବିଭାଗ ଦ୍ୱାରା ବିଶୋଧନ କରାଯିବ ବୋଲି ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମଙ୍କ ଠାରୁ ସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି  

Popular Posts