Breaking News

ବିଧାୟକ ବିଷ୍ଣୁ ଦାସଙ୍କ ବିୟୋଗରେ ଶୋକ

କୁଜଙ୍ଗ----ଓଡିଶାର ପୂର୍ବତନ ମନ୍ତ୍ରୀ, ସାଂସଦ ତଥା ଜଗତସିଂହପୁର, ତିର୍ତୋଲ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଜଗତସିଂହପୁର ଜିଲ୍ଲା ବିଜେଡିର ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କର ୬୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଦେହାନ୍ତ ହେବା ଘଟଣାକୁ ନେଇ କୁଜଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ଦାସ କିଛି ଦିନ ଧରି ଅସୁସ୍ଥ ଥିଲେ । ଭୁବନେଶ୍ୱର ଏକ ବେସରକାରୀ ମେଡିକାଲରେ ଚିକିତ୍ସାଧୀନ ଥବା ସମୟରେ ମୃତ୍ୟୁ ହୋଇଛି । କୁଜଙ୍ଗର ଆଇନଜୀବି ଭାରତ ଭୁଷଣ ଦାସ, କୁଜଙ୍ଗ ଓକିଲ ସଂଘର ପୂର୍ବତନ ସଭାପତି ଏ.ଏନ୍‌.ଡି ଯାଦବ, ଜଗତସିଂହପୁର ଜିଲ୍ଲା ସାହିତ୍ୟ ଏକାଡେମୀର ସଦସ୍ୟ ତଥା ସ୍ତମ୍ଭକାର ଅକ୍ଷୟ ରାଉତ, ଆଇନିଜୀବି ମାନତା ସାହାଁଜି, କୁଜଙ୍ଗ ସରପଞ୍ଚ ଭାରତ ଭୂଷଣ ନାୟକ, ପବିତ୍ର ଗ୍ରହାଚାର୍ଯ୍ୟ, ମାନସ ରଂଜନ ମହାପାତ୍ର ପ୍ରଭୃତି ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିବା ଜଣାପଡିଛି ।
ଜଗତସିଂହପୁର ପ୍ରଳୟ କୁମାର ମହାପାତ୍ର 

Blog Archive

Popular Posts