Breaking News

ସତ୍ୟବାଦୀ ବ୍ଳକକୁ ଜନସାଧାରଣଙ୍କ ପ୍ରବେଶ ନିଷେଧ


ସାକ୍ଷୀଗୋପାଳ ---- ରାଜ୍ୟରେ ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଛି । ଜନସାଧାରଣଙ୍କୁ ଯେତେ ସଚେତନତା କରାଇଲେ ମଧ୍ୟ ସେମାନେ ସଚେତନତା ହେଉନାହାନ୍ତି । କରୋନା ବଡିବାର ଆଶଙ୍କା କରି ବ୍ଳକ କାର୍ଯ୍ୟାଳୟକୁ ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂ ଜନସାଧାରଣଙ୍କ ପ୍ରବେଶ ଉପରେ ରୋକ ଲଗାଇଛନ୍ତି । ସେମାନଙ୍କର ଯଦି ବ୍ଳକରେ କୌଣସି କାର୍ଯ୍ୟ ଥିବ ତା ହେଲେ ସେମାନେ ବ୍ଳକ କାର୍ଯ୍ୟାଳୟକୁ ନ ଆସି ଅନ ଲାଇନିରେ ମେଲ କରିବେ, ହ୍ୱାଟସଫ  ଓ ଫୋନ ମାଧ୍ୟମରେ ତାଙ୍କର ଅଭିଯୋଗ  କରିବେ । ସେଥିପାଇଁ ବ୍ଳକ ପରିସରରେ ଫୋନ ନମ୍ବର, ମେଲ ଠିକଣା ଜଣାଇ ଦିଆଯାଇଛି ଏବଂ ସମସ୍ତ ପଞ୍ଚାୟତକୁ ଏ ସମ୍ପର୍କରେ ଅବଗତ କରାଯାଇଛି ।  ସେମାନଙ୍କୁ ଅଳ୍ପ  ସମୟ ମଧ୍ୟରେ ଅଭିଯୋଗ ସଠିକ ଥିଲେ ଜଣାଇଦିଆଯିବ ବୋଲି ସତ୍ୟବାଦୀ ବ୍ଳକ ବିଡିିଓ ସରୋଜ କୁମାର ଦତ୍ତଙ୍କ ଠାରୁ ସୁଚନା ମିଳିଛି  ।

ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts