ଅତାବିରାଙ୍କୁ ବିଦାୟ ଜଣାଉଛି ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦର
ବରଗଡ଼---- ୧୨ଟି ୱାର୍ଡ ବିଶିଷ୍ଟ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ।ଏଥି ମଧ୍ୟଦେଇ ଯାଇଛି ମୁମ୍ବାଇ କଲିକତା ଚାରିଥାକିଆ ଜାତୀୟ ରାଜପଥ। ରାତି ପାହିଲେ ହଜାର ହଜାର ଲୋକଙ୍କ ଭିଡ଼ ସହ ଗାଡି ମଟର ଯିବା ଆସିବା କରିଥାଏ। ଦୀର୍ଘ ୭ବର୍ଷରୁ ଉର୍ଦ୍ଧ୍ବ ହେବ ଗଠିତ ହେଇ ବିଜ୍ଞାପିତ ଅଞ୍ଚଳର ଅଧିବାସୀ ମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ସତ ହେଲେ ତାହା ଆଖି ଦୃଶିଆ ହେଇ ପାରୁନଥିବାର ଲୋକେ କହନ୍ତି। ଆଜି ବି ଲୋକେ କିଛି ନାଁ କିଛି ସମସ୍ୟା ଲାଗିରହିଛି । ଏବେବି ଅନେକେ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି ଲୋକମାନେ । ପାଣି, ଆଲୋକି କରଣ,ଅଳିଆ ଆବର୍ଜନା,ରାସ୍ତାଘାଟ ଠୁଁ ଆରମ୍ଭ କରି ସ୍ନାନ ଶୌଚ ଭଳି ଅନେକ ସମସ୍ୟା। ଯାହା ଗୋଟି ଗୋଟି ଆପଣ ମାନଙ୍କ ସାମ୍ନାକୁ ଆଣିଛୁ ଆମ ସାକ୍ଷୀ ଗୋପାଳ ନିଉଜ୍ ରେ। ପ୍ରଥମେ ଆମେ ନଜର ପକେଇବା ରାଜରାସ୍ତାରେ ଲାଗିଥିବା ବିଜ୍ଞାପିତ ଅଞ୍ଚଳ ପରିଷଦ ବୋର୍ଡ ଉପରେ। ଯାହା ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରୋତ୍ସାହନ ତଥା ଅବହେଳା ଯୋଗୁଁ ବିଗତ ଦିନରୁ ଏହି ବୋର୍ଡ ଟି କେତେବେଳେ ପାଲଟିଥାଏ ପୂଜା ପାର୍ବଣର ଭଡାଟିଆ ଫଳକ ତ ଆଉ କେତେବେଳେ ନେତା ମନ୍ତ୍ରୀଙ୍କ ପ୍ରଚାର ମାଧ୍ୟମ। ଯାହା ଆଜି ସେଇ ଫଳକ ନିଜେ ଅବହେଳିତ ହୋଇଯାଇଛି । ବିଜ୍ଞାପିତ ଅଞ୍ଚଳ ପରିଷଦ,ଅତାବିରା ଆପଣଙ୍କୁ ବିଦାୟ ଜଣାଉଛି ସ୍ଥାନରେ "ଅତାବିରା" ଙ୍କୁ ବିଦାୟ ଦେବା ସହ ଏନଏସି ର ଅବହେଳା ତଥା ଅପାରଗତାକୁ ବ୍ୟକ୍ତ କରୁଛି।ଯାହା ଦୀର୍ଘ ଦିନ ହେବ ଲୋକଙ୍କ ଚର୍ଚ୍ଚାରେ ଆସିଛି। ଏନଏସି ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ମାତ୍ର ଦୁଃଖର କଥା ଜାତୀୟ ରାଜପଥ ଉପରେ ବୋର୍ଡ ଭାଙ୍ଗିରୁଜି ଯାଇଛି। ଏଥିପାଇଁ ଏନଏସି ପାଖରେ ଅର୍ଥ ନଥିବାର ଜଣାପଡିଛି । ଓଡ଼ିଆ ଭାଷା ଅପଭ୍ରଂଶ ହେଉଛି ଏଥିପ୍ରତି ନଜର ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି । ତୁରନ୍ତ ଉକ୍ତ ବୋର୍ଡ ହଟା ଯାଉ ନଚେତ୍ ଠିକ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ