Breaking News

ପୁରୀ କୁ ଆସିବା ୬ଟି ପ୍ରବେଶପଥ ନିକଟରେ ନାକା ଟିମ ୨୪ ଘଣ୍ଟିଆ ମୁତୟନ


ପୁରୀ---- ବିଶ୍ବ ମହାମାରୀ କରୋନା ଭୁତାଣୁ କୁ   ସଠିକ ମୁକାବିଲା‌ ପାଇଁ ଜିଲ୍ଲାରେ ଯୋର ଦାର କରାଯାଇଛି ଉଦ୍ୟମ। ବାହାର ଜିଲ୍ଲା ବାସିନ୍ଦାଙ୍କ ଜିଲ୍ଲା ମଧ୍ୟକୁ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ଏନେଇ ଜିଲ୍ଲାପାଳ ଶ୍ରୀ ବଲଓ୍ବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ମଧ୍ୟକୁ ଥିବା  ପିପିଲି ଟୋଲଗେଟ, ଗଡିଶାଗଦା ଥାନା ଅନ୍ତର୍ଗତ ଦିବ୍ୟସିଂହପୁର ଛକ, ନିମାପଡାର ଚାରିଛକ, ଗୋପର ଯୋଗେଶ୍ବରପୁର ଏବଂ କୃଷ୍ଣପ୍ରସାଦର ପାଇକରାପୁର ଭଳି ୬ଟି ପ୍ରବେଶ ପଥ ନିକଟରେ ନାକା ଟିମ ୨୪ ଘଣ୍ଟିଆ  ମୁତୟନ ହୋଇଛନ୍ତି । ସ୍ଥାନୀୟ ତହସିଲଦାର ଓ ଥାନାଧିକାରୀଙ୍କ ନେତୃତ୍ବରେ ଏହି ଟିମ କାର୍ଯ୍ୟ କରିବ । ଏଥିରେ ଜଣେ ଅଧିକାରୀଙ୍କ ସହ ଦୁଇ ଜଣ କନେଷ୍ଟବଳ ଓ ତିନି ଜଣ ହୋମଗାର୍ଡ ମୁତୟନ ହେବେ । ବାହାର ବ୍ୟକ୍ତି ଜିଲ୍ଲା ମଧ୍ୟକୁ ପ୍ରବେଶ ନିମନ୍ତେ ସନ୍ତୋଷଜନକ କାରଣ ଦେବାକୁ ପଡିବ । ନଚେତ ସେଠାରୁ ଫେରାଇ ଦିଆଯିବ ବୋଲି ଜଣାପଡିଛି । ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts