ସ୍ୟାଣ୍ଡ ଆନିମେସନରେ ଗଭୀର ଶ୍ରଦ୍ଧାଞ୍ଜଳି
ପୁରୀ----- ବଲିଉଡର ଲୋକପ୍ରିୟ ହାସ୍ୟ ଅଭିନେତା ଜଗଦୀପ ଏବେ ପରଲୋକରେ । ସେ ୮୧ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି । ଏହି ଦୁଖଦ ଖବର ଶୁଣି ବଲିଉଡ ସମେତ ପୂରା ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପ୍ରସିଦ୍ଧ ବାଲୁକାଶିଳ୍ପୀ ମାନସ ସାହୁ। ସେ ତାଙ୍କ ବାଲୁକା କଳାରେ ଜଗଦୀପଙ୍କର ଛବି ନିର୍ମାଣ କରି ତାଙ୍କ ଚମତ୍କାର ପୁର୍ଣ୍ଣ ଅଭିନୟ ଚିରସ୍ମରଣୀୟ ହୋଇ ରହିଛି ଏବଂ ରହିବ। ସେ ତାଙ୍କ ସ୍ୟାଣ୍ଡ ଆନିମେସନ ତିଆରି କରି ଏହି ମହାନ କଳାକାରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ପୁରୀ ରୁ ଜୟନ୍ତ କୁମାର ସେଠୀ