ଆଦର୍ଶ ଥାନା କଣ୍ଟେନମେଣ୍ଟ ଜୋନ ଘୋଷଣା
ଖୋର୍ଦ୍ଧା-----ଖୋର୍ଦ୍ଧା ଜିଲା ସମେତ ପୌରାଞ୍ଚଳରେ କରୋନା ତାର କାୟା ବିସ୍ତାର କରିଚାଲିଛି।ଏହାର ଚକ୍ରବିହ୍ୟୁରେ ଖୋର୍ଦ୍ଧା ସଦର ମହକୁମାର କେତେକ ସରକାରୀ କାର୍ଯ୍ୟାଳୟରେ ଧସେଇ ପଶିଛି। ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଏହି ମହାମରି କରୋନା ଆତଙ୍କ ସୃଷ୍ଟି କରିଛି। ଏପରିକି ଗତ ସପ୍ତାହରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ରେ କରୋନା ଯୋଦ୍ଧାଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏବେ ଖୋର୍ଦ୍ଧା ଆଦର୍ଶ ଥାନାର ଯୋଦ୍ଧା ତଥା ଦୁଇ ସହକାରୀ ସବ-ଇନ୍ସପେକ୍ଟର ଓ ଜଣେ କନେଷ୍ଟବଳ କରୋନା ଚିହ୍ନଟ ହେଇଛନ୍ତି।ଏପରିକି କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କ ସମେତ କର୍ମଚାରୀଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ସେହିପରି ଖୋର୍ଦ୍ଧା ଆଦର୍ଶ ଥାନାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହିତ ଥାନାକୁ ଅଭିଯୋଗ କରିବା ପାଇଁ ଆସୁଥିବା ଅଭିଯୋଗକାରୀଙ୍କ ଅଭିଯୋଗ ପତ୍ର ଆବେଦନ ପାଇଁ ଥାନାର ସମ୍ମୁଖ ଗେଟରେ ଆବେଦନ ବାକ୍ସ ରଖାଯାଇଛି।ଫଳରେ ଅଭିଯୋଗକାରୀ ଅଭିଯୋଗ ଉକ୍ତ ବାକ୍ସରେ ପକାଇବା ପରେ ଅଭିଯୋଗ ପତ୍ରକୁ ଗ୍ରହଣ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ଥାନା ପକ୍ଷରୁ।
ଖୋର୍ଦ୍ଧା ରୁ ପ୍ରଭାତ କୁମାର ମିଶ୍ର