ଅସହାୟ ମହିଳାଙ୍କ ଆତ୍ମ ହତ୍ୟା
କୁଜଙ୍ଗ---- କୁଜଙ୍ଗ ବ୍ଲ୍କ୍ ଅନ୍ତର୍ଗତ ହସିଣା ଗ୍ରାମର ସ୍ୱର୍ଗତ ଚରଣ ମହାନ୍ତିଙ୍କ ପତ୍ନୀ ମମତା ମହାନ୍ତି ୩୬ ବର୍ଷ ରୋଗ ଯନ୍ତ୍ରଣା ସହି ନ ପାରି ନିଜ ଘରେ ରଶି ଲଗାଇ ଆତ୍ମ ହତ୍ୟା କରିଥିବା ଜଣା ପଡିଛି । ୪ ବର୍ଷ ତଳୁ ତାଙ୍କର ସ୍ୱାମୀ ଚରଣ ମହାନ୍ତି ମୃତ୍ୟୁ ବରଣ କରିସାରିଛନ୍ତି । ମମତା ବଡ କଷ୍ଟରେ ତାଙ୍କର ଝିଅ ସୁମିତ୍ରା ୧୧ ଓ ପୁଅ ହୃଷିକେଶ ୯କୁ ରୋଗ ଯନ୍ତ୍ରଣାରେ ଥାଇ ବି ତାଙ୍କର ଅଭାବି ସଂସାର ବଡ କଷ୍ଟରେ ଚଳାଇ ଆସୁଥିଲେ । କିନ୍ତୁ ଆଜି ରୋଗ ଯନ୍ତ୍ରଣା ସହି ନପାରି ଆତ୍ମ ହତ୍ୟା କରିଛନ୍ତି । । ତାଙ୍କର ଅନାଥ ହୋଇଯାଇଥିବା ଏହି ଛୋଟ ଝିଅ ଓ ପୁଅ କିଭଳି ବଞ୍ଚିବେ ସେଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର