Breaking News

ଡେଲାଙ୍ଗ ତହସିଲରେ ଫନି ତାଲିକାରେ ଅନିୟମିତତା ; ଡେଲାଙ୍ଗ ଯୁବ କଂଗ୍ରେସ ପକ୍ଷରୁ ତିନିଦଫା ସମ୍ମଳିତ ଦାବିପତ୍ର ପ୍ରଦାନ

ଡେଲାଙ୍ଗ ------ ପୁରୀ ଜିଲ୍ଲାରେ ଫନି ବାତ୍ୟାରେ ଡେଲାଙ୍ଗରେ ବ୍ୟାପକ ଘରଦ୍ୱାର ଭାଙ୍ଗିଥିଲା । ମାତ୍ର ଫନି ତାଲିକା ପ୍ରସ୍ତୁତି ସମୟରେ ଘୋର ଅନିୟମିତତା ହୋଇଥିବା ଡେଲାଙ୍ଗ ଯୁବ କଂଗ୍ରେସ କମିଟି ୧୦ ଗୋଟି ପଞ୍ଚାୟତ ଅନୁସନ୍ଦାନ କରି ଏହା ଜାଣି ପାରିଛି ।  ଫନିରେ କ୍ଷୟକ୍ଷତି ତାଲିକା ପ୍ରସ୍ତୁତି ସମୟରେ ଫଣି ସହାୟତା ମାର୍ଗ ଦର୍ଶିକାକୁ ସମ୍ପୁର୍ଣ୍ଣ ଉଲ୍ଲଙ୍ଗନ କରାଯାଇଛି ବୋଲି କମିଟି ଅନୁଭବ କରିଛି । ଫନି ସହାୟତା ତଥା ବିଶେଷ କରି ସରକାରୀ ଚାକିରିଆ, ଛାତ ଘର, ରାଜନୈତିକ ନେତାଙ୍କ ପାଖ ଲୋକଙ୍କ ନାମ ହିତାଧିକାରୀ ତାଲିକାରେ ନାମ ରଖାଯାଇଛି । ଯୋଗ୍ୟ ହିତାଧିକାରୀଙ୍କ ନାମ ଫନି ତାଲିକାରୁ ବାଦ  କରାଯାଇଥିବା ଜଣାପଡିଛି । ସ୍ୱତନ୍ତ ଭାବେ ତଦନ୍ତ କରି  ଫନିରେ କ୍ଷତିଗସ୍ତ ଯୋଗ୍ୟ ପରିବାରଙ୍କୁ ସରାକରୀ ସାହାର୍ଯ୍ୟ ଯୋଗାଇ ଦେବା, ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ କରିବା ଓ ବନ୍ଦ କରାଯାଇଥିବା ବ୍ୟାଙ୍କ ଆକାଉଣ୍ଟ ଗୁଡିକ ସଚଳ କରିବା ପାଇଁ  ତିନି ଦଫା ସମ୍ମଳୀତ ଦାବି ପତ୍ର ପୁରୀ ଜିଲ୍ଲାପାଳ ବଲୱାନ୍ତ ସିଂଙ୍କୁ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆଙ୍କ ଜରିଆରେ ସୋମବାର ଡେଲାଙ୍ଗ ଯୁବ କଂଗ୍ରେସ ପକ୍ଷରୁ  ପ୍ରଦାନ କରାଯାଇଛି ।     ପୁରୀ ଜିଲ୍ଲା ଯୁବ କଂଗ୍ରେସ   ଉପସଭାପତି ବିଶ୍ୱରଞ୍ଜନ ବଳବନ୍ତରୟଙ୍କ ନେତୃତ୍ୱରେ  ମହିଳା କଂଗ୍ରେସ ସଭାନେତ୍ରୀ ନିରୁପମା ପାତ୍ର,  ଡେଲାଙ୍ଗ ଯୁବ କଂଗ୍ରେସର ଉପସଭାପତି ଅଶ୍ରୁମୋଚନ ପ୍ରଧାନ, ପ୍ରହଲ୍ଲାଦ ପରିଡା, ଅନାଦି ପ୍ରଧାନ ରାମଚନ୍ଦ୍ର ସାହୁ, ଗୋପାଳ କୃଷ୍ଣ ପ୍ରଧାନ  ଓ ରମେଶ ସ୍ୱାଇଁ ପ୍ରମୁଖ ଦାବି କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts