କୁରାଳ ବାହ୍ୟ ଆକ୍ରାନ୍ତ ଚିହ୍ନଟ ପରେ ଗୋଲା ସାହି ରାସ୍ତା ସମ୍ପୁର୍ଣ୍ଣ ସିଲ
ଓଡ଼ଗାଁ/କୁରାଳ- ଓଡ଼ଗାଁ ବିଶେଷ କରି କୁରାଳ ଏବଂ ସୁନାମୁଁହିଁ ଅଞ୍ଚଳରେ କରୋନା ବାହ୍ୟ ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ।
ଗତକାଲି କୁରାଳ ଗୋଲାସାହିରେ ବାହ୍ୟ ଆକ୍ରାନ୍ତ ଚିହ୍ନଟ ହେବା ପରେ ଗ୍ରାମରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କାକୁ ଲକ୍ଷ୍ୟ କରି ଆଜି ଗୋଲାସାହିର ପ୍ରବେଶ ପଥକୁ ପଞ୍ଚା ୟତ ତରଫରୁ ସିଲ କରାଯାଇଛି । ଆକ୍ରାନ୍ତଙ୍କର ସଂସ୍ପର୍ଶରେ ଆସିଥିବା ତାଙ୍କ ସମ୍ପୁର୍ଣ୍ଣ ପରିବାରକୁ ସଙ୍ଗରୋଧ ଗୃହରେ ରଖାଯାଇଛି । ପରବର୍ତ୍ତୀ ମୁହୂର୍ତ୍ତରେ ଆକ୍ରାନ୍ତ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର ସ୍ୱାବ ପରୀକ୍ଷା ସହ ସମଗ୍ର ସାହିକୁ ସାନିଟାଇଜେସନ କରାଯିବାର ବ୍ୟବସ୍ଥା କରାଯିବ ବୋଲି ସରପଞ୍ଚ ଝିଲି ପ୍ରଧାନ ସୂଚନା ଦେଇଛନ୍ତି ।
ରିପୋର୍ଟ- ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ