ଫନି କ୍ଷତିଗ୍ରସ୍ତ କୁକୁଡା ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ
ସାକ୍ଷୀଗୋପାଳ--- ଫନି କ୍ଷତିଗ୍ରସ୍ତ କୁକୁଡା ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ । ପ୍ରଳୟଙ୍କରୀ ବାତ୍ୟା ଫନିର ବର୍ଷକ ପରେ ସତ୍ୟବାଦୀ ବ୍ଲକର ୨୪ ଜଣ କୁକୁଡା ଚାଷୀଙ୍କୁ କୁକୁଡା ଫାର୍ମ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ବିଶେଷକରି ୪ ହଜାର ରୁ ଉର୍ଦ୍ଧ କୁକୁଡା ଚାଷ କରୁଥିବା ଚାଷୀ ମାନଙ୍କୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ସରକାର ପ୍ରଦାନ କରିବେ । ଚାଷୀ ମାନେ ସେମାନଙ୍କର କୁକୁଡା ଫାର୍ମ ନିର୍ମାଣ ରେ ଏହି ଅର୍ଥ ବିନିଯୋଗ କରି ପୁର୍ନଵାର ଏହି ଚାଷ କିଭଳି କରି ପାରିବେ ସେ ନେଇ ସରକାର ଚାଷୀ ମାନଙ୍କୁ ସହଯୋଗ କରିଛନ୍ତି । ସତ୍ୟବାଦୀ ବ୍ଲକର ୪ ହଜାରରୁ ଉର୍ଦ୍ଦ କୁକୁଡା ଚାଷ କରୁଥିବା ୩୦ ଜଣ ଚାଷୀଙ୍କ ମଧ୍ୟରୁ ୨୪ ଜଣଙ୍କୁ ନୂତନ ଭାବରେ ଫାର୍ମ ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରାଯାଇଛି । ସତ୍ୟବାଦୀ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଚାଷୀ ମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଏହି ଅଵସରରରେ ସରକାରଙ୍କ ଏହିଭଳି ସହଯୋଗ କୁ ଓଡିଶା କୁକୁଡା ଅ।ସୋସିଏସନର ସଭାପତି ଜୋର୍ତିକାନ୍ତ ମହାପାତ୍ର ସରକାରଙ୍କୁ ଚାଷୀ ଙ୍କ ପକ୍ଷରୁ କୃତଜ୍ଞତା ଜଣାଇଥିବା ବେଳେ ଚାଷୀ ମାନେ ଏହି ଅର୍ଥ ରେ କୁକୁଡା ଫାର୍ମ କରି ଚାଷ କରିବାର ପୁଣି ସୁଯୋଗ ପାଇବେ ବୋଲି ସତ୍ୟବାଦୀ ପ୍ରାଣୀ ଚିକିତ୍ସା ଅଧିକାରୀ ଆଶା ରଖିଛନ୍ତି । ଅନ୍ୟ ପକ୍ଷେ ଏହି କାର୍ଯ୍ୟାଦେଶ ବଣ୍ଟନ ସମୟରେ ବହୁ ଅର୍ଥ ଆଦାୟ କରାଯାଇଥିବା ଅଭିଯୋଗ ମାନ ହୋଇଛି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି