Breaking News

ପ୍ରଶାସନିକ ଅଧିକାରୀ ମାନଙ୍କ ଟାଳଟୁଳ ନୀତି ଯୋଗୁ ସୂଚନା ଅଧିକାର ନିୟମର ସଫଳତା ଜନସାଧାରଣ ପାଇପାରୁ ନାହାନ୍ତି

ବେଗୁନିଆ---- ସୂଚନା ଅଧିକାର ଆଇନ ଅନୁସାରେ ମଗାଯାଉଥିବା ତଥ୍ୟ ଦେବାରେ ପ୍ରଶାସନିକ ଅଧିକାରୀମାନେ କିପରି  ସରକାରଙ୍କ ଆଇନକୁ ମାନୁ ନାହାନ୍ତି ।  ତଥ୍ୟ ଦେବାରେ ଟାଳଟୁଳ ନୀତି ଗ୍ରହଣ କରୁଛନ୍ତି । ତାର ଜ୍ୱଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି  ସୂଚନା ଅଧିକାର କର୍ମୀ ଜୟକୃଷ୍ଣ ସାହୁ ତଥ୍ୟ ମାଗିଥିବା ଶିକ୍ଷା ବିଭାଗ ଓ ପଞ୍ଚାୟତିରାଜ ବିଭାଗରେ । ଶ୍ରୀ ସାହୁ  ଶିକ୍ଷା ସମ୍ବନ୍ଧୀୟ କିଛି ସୂଚନା ପାଇବା ପାଇଁ  ଗଣଶିକ୍ଷା ବିଭାଗ ଶାସନ ସଚିବଙ୍କୁ  ଗତ ମାର୍ଚ୍ଚ ମାସ ୧୧ ତାରିଖରେ  ସୂଚନା ଅଧିକାର ନିୟମ ଅନୁସାରେ ଦରଖାସ୍ତ ଆବେଦନ କରିଥିଲେ । ନିୟମ ଅନୁସାରେ ଏକ ମାସ ମଧ୍ୟରେ  ସୂଚନା ପାଇବା ପାଇଁ ଥିବା ବେଳେ ସୂଚନା  ନମିଳିବାରୁ ଦୀର୍ଘ  ଦୁଇ ମାସ ପରେ ମେ ମାସ ୩୦ ତାରିଖ ଦିନ ସଚିବଙ୍କ ପାଖରେ ପ୍ରଥମ ଅପିଲ କରିବା ପରେ ଚିଠି ନମ୍ବର ୭୭୬୩ /୧.୬.୨୦ରିଖରେ ପିଆଇଓ,ସ୍କୁଲ ଆଣ୍ଡ ମାସ ଏଜୁକେସନ ସେକ୍ସନ-୧କୁ ଚିଠି ପଠାଇଥିବା ବେଳେ ଚିଠି ନମ୍ବର ୭୨୬୯/୧୯.୫.୨୦୨୦ରେ ପିଆଇଓ ଏସ ଆଣ୍ଡ ଏମଇ ସେକ୍ସନ ୨,୩ ଓ ୪କୁ ପଠାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ପ୍ରଥମ ଅପିଲର ଶୁଣାଣୀ କରାଯାଇ ନାହିଁ କି ତଥ୍ୟ ମଧ୍ୟ ମିଳି ନାହିଁ । ସେହିପରି ଅନ୍ୟ ଏକ ଘଟଣାରେ ଶ୍ରୀ  ସାହୁ ବ୍ଲକ ସମ୍ବନ୍ଧୀୟ ଉନ୍ନୟନ ମୂଳକ କାର୍ଯ୍ୟର ତଥ୍ୟ ପାଇବା ପାଇଁ  ମାର୍ଚ୍ଚ ମାସ ୧୧ ତାରିଖରେ ପିଡି ଡିଆରଡିଏଙ୍କ  ନିକଟରେ  ଆରଟିଆଇ ମାଧ୍ୟମରେ ତଥ୍ୟ ମାଗି ଥିଲେ । କିନ୍ତୁ ପିଡିଙ୍କ ଚିଠି ନମ୍ବର  ୮୦୮ ମାର୍ଚ୍ଚ ମାସ ୧୬ ତାରିଖରେ ବେଗୁନିଆ ବିଡିଓଙ୍କ ପରିବର୍ତେ  ପିଡବ୍ଲୁଡି /ଆର ଆଣ୍ଡ ବି ଡିଭିଜନ ଖୋର୍ଦ୍ଧାଙ୍କୁ ଚିଠି କରି ନିଶ୍ଚିତରେ ବସି ପଡିଥିଲେ । ପୁନଶ୍ଚ ତଥ୍ୟ ନ ମିଳିବାରୁ ପିଡିଙ୍କ ପାଖରେ ପ୍ରଥମ ଅପିଲ କରାଯିବା ପରେ ଜୁନ ମାସ ୯ ତାରିଖରେ ଚିଠି ନମ୍ବର ୨୧୧୭ରେ ପିଆଇଓ ବିଡିଓ ବେଗୁନିଆ ଏବଂ ଆବଶ୍ୟକତା  ନଥିବା ବେଳେ ନିର୍ବାହୀ ଯନ୍ତ୍ରୀ  ଆରଆଣ୍ଡବି  ଡିଭିଜନ ଖୋର୍ଦ୍ଧାଙ୍କୁ ପକ୍ଷକରି ଆସନ୍ତା ୨୬ ତାରିଖ ଦିନ କେସ ଶୁଣାଣୀ କରିବା ପାଇଁ  ଦିନ ଧାର୍ଯ୍ୟ ହୋଇଥିବାର ଜଣା ପଡିଛି । ସରକାର ଜନସାଧାରଣଙ୍କ ହିତ ନିମିତ ପ୍ରଣୟନ କରିଥିବା ଆରଟିଆଇର ଫାଇଦା ପ୍ରଶାସନିକ ଅଧିକାରୀ ମାନଙ୍କ ଯୋଗୁ  ଜନସାଧାରଣ କିପରି ପାଇବାରୁ ବଞ୍ଚିତ ହେଉଛନ୍ତି ତାହା ଏହି ଦୁଇଟି ଘଟଣାରୁ  ସ୍ପଷ୍ଟ ବାରି ହୋଇପଡୁଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts