Breaking News

ସଂଘରୋଧ ଗୃହ ରେ ପ୍ରବେଶ କରିବା ଯୁବକଙ୍କୁ ମହଙ୍ଗା ପଡିଲା


ଶରଣକୁଳ- ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟସ୍ଥ ଶିଖରପୁର ସଂଘରୋଧ ଗୃହରେ ଅବାଧ୍ୟ
ପ୍ରବେଶ କରି ଜଣେ ଯୁବକଙ୍କୁ ସରପଞ୍ଚ ଅଟକରଖି କରଡ଼ା ହରିହରପୁର ସଂଘରୋଧ ଗୃହ କୁ ପଠାଇଛନ୍ତି।ସୂଚନା ଅନୁସାରେ ଗତକାଲି ପୂର୍ବାହ୍ନରେ ଶିଖରପୁର ଗ୍ରାମର ଗଦାଧର ମନ୍ତ୍ରୀ ନାମକ ଜଣେ ଯୁବକ ଦଧିବାବନ ଜୀଉ ଉଚ୍ଚ ବିଦ୍ୟାଳୟ, ଶିଖରପୁର ସଂଘରୋଧ ଗୃହ ରେ ଥିବା  ତାଙ୍କ ସମ୍ପର୍କୀୟ କୁ ଦେଖାକରିବାକୁ ଆସିଥିଲେ । ସଂଘରୋଧ ଗୃହର ଫାଟକ ଦେଇ ଭିତରକୁ ପ୍ରବେଶ କରି ସଂପର୍କୀୟ ଙ୍କ ସହ କଥା ହେଉଥିଲେ । ସେ ସମୟରେ ସରପଞ୍ଚ ଙ୍କ ସ୍ୱାମୀ ତଥା ସରପଞ୍ଚଙ୍କ ପ୍ରତିନିଧି ସନ୍ୟାସି ପ୍ରଧାନ(ଓଡ଼ଗାଁ ବ୍ଲକ ୩ନଂ ଜୋନ୍ ର ଜିଲ୍ଲା ପରିଷଦ) ଦେଖିବା କ୍ଷଣି ଯୁବକ ଙ୍କୁ ଅଟକ ରଖିଥିଲେ। ପରେ ସ୍ଥାନୀୟ ଶରଣକୁଳ ଥାନା ଓ ଓଡ଼ଗାଁ ବିଡ଼ିଓ ଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ।  ବାହ୍ୟ ସଂକ୍ରମଣ ହେବା ସନ୍ଦେହରେ ଯୁବକ ଙ୍କୁ ସଂଘରୋଧ ଗୃହରେ ରହିବାକୁ ବାଧ୍ୟ କରିଥିଲେ।ପରେ ତାଙ୍କୁ ସଂଘରୋଧ ରେ ରଖାଯିବା ଖବର ତାଙ୍କ ଘରଲୋକଙ୍କୁ ଜଣାଇଦିଆଯାଇଥିଲା।ଆଜି ପୂର୍ବାହ୍ନରେ ସେହି ଯୁବକ ଙ୍କୁ ସରପଞ୍ଚ, ଜିଲ୍ଲା ପରିଷଦ (ଓଡ଼ଗାଁ ବ୍ଲକ ନଂ୩ ଓ ନଂ୪)ଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ଗାଡ଼ି ଯୋଗେ ଶିଖରପୁର ସଂଘରୋଧ ଗୃହ ରୁ କରଡ଼ା ହରିହରପୁର ସଂଘରୋଧ ଗୃହ କୁ ସ୍ଥାନାନ୍ତର କରାଯାଇଛି।
ଶରଣକୁଳ ରୁ ମାନସ କୁମାର ସାହୁ।

Blog Archive

Popular Posts