ବାଲିଗୁଡା ଦୁର୍ଗାପୂଜା ସମିତି ର ସର୍ବ ସାଧାରଣ ବୈଠକ
ବାଲିଗୁଡା ----- କନ୍ଧମାଳ ଜିଲ୍ଲା ବାଲିଗୁଡା ମା 'ପାଟଖଣ୍ଡା ଦୁର୍ଗାପୂଜା ସମିତି ର ବାର୍ଷିକ ସର୍ବ ସାଧାରଣ ବୈଠକ ଚଳିତ ମାସ 5ତାରିଖ ଗୁରୁବାର ଦିନ ୧ ଘଣ୍ଟା ସମୟ ରେ ମନ୍ଦିରର କଲ୍ୟାଣ ମଣ୍ଡପ ପରିସର ମଧ୍ୟରେ ଅନୁଷ୍ଠିତ ହେବ । ଏଥିରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମନ୍ଦିର , ନୂତନ ମନ୍ଦିରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା, ମନ୍ଦିର ତରଫରୁ ଭଡା ସୂତ୍ରରେ ଦିଆଯାଇଥିବା ଗୃହ ଗୁଡିକର ଘର ଭଡା ଓ ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା କରାଯିବ । ଗତବର୍ଷ ର ପାଟଖଣ୍ଡା ମନ୍ଦିର ସମେତ ଦୁର୍ଗା, ଗଜଲଷ୍ମୀ, ଓ କାଳୀପୂଜା ର ଆୟବ୍ୟୟ ହିସାବ ଉପସ୍ଥାପନା । ପୂଜା ଭଣ୍ଡlର, ମଣ୍ଡପ ତଳ ଖାଲି ଗୃହ ନିମନ୍ତେ ଦରଖାସ୍ତ, ନୂତନ କର୍ମକର୍ତ୍ତା ଚୟନ କରାଯିବାର କାର୍ଯ୍ୟକ୍ରମ ରହିଛି । ପରେ ନୂତନ କର୍ମକର୍ତ୍ତା ମାନଙ୍କୁ ଦାୟିତ୍ୱ ହସ୍ତାନ୍ତର, ଆଗାମୀ ଦୁର୍ଗାପୂଜା , ଗଜଲଷ୍ମୀ ପୂଜା ,ଓ କାଳୀପୂଜା କିପରି ଶାନ୍ତି ଶୃଙ୍ଖଳା ର ସହ ପାଳନ କରାଯିବ ସେ ସମ୍ପର୍କ ରେ ଆଲୋଚନା କରାଯିବ । ଏଣୁ ଏଥିରେ ବାଲିଗୁଡା ଜନସାଧାରଣ ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବା ପାଇଁ ସମିତି ତରଫରୁ ଅନୁରୋଧ କରାଯାଇଛି । କନ୍ଧମାଳରୁ ମନୋଜ କୁମାର ପଣ୍ଡା