ଲୁଣା ନଦୀରେ ବୁଡ଼ି ଶିଶୁର ମୃତ୍ୟୁ
ଡେଲାଙ୍ଗ---- ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ମନିନ୍ଦା ଗ୍ରାମ ପଞ୍ଚାୟତର ଶଙ୍ଖପାଟ ଗ୍ରାମର ଜଣେ ୧୬ ମାସର ଶିଶୁ ପାଣିରେ ବୁଡି ମୃତ୍ୟୁ ବରଣ କରିଛି । ଘଟଣାରୁ ପ୍ରକାଶ ଯେ ବସନ୍ତ ମହାପାତ୍ରଙ୍କ ପୁତ୍ର ଗଣେଶ ମହାପାତ୍ର (୧୬) ମାସ ତାଙ୍କ ବଡବାପା ଙ୍କ ସହ ଘର ପାଖରେ ଯାଇଥିବା ଲୁଣା ନଦୀକୁ ଗାଧୋଇବାକୁ ସାଙ୍ଗରେ ଯାଇଥିଲା । ସେଠାରେ ତୁଠ ନ ଥିବାରୁ ପିଲାଟି ଗୋଡ଼ ଖସି ଯାଇଥିଲା । ଯାହାକି ଶିଶୁଟିର ମୃତ୍ୟୁ ଘଟିଛି । ଶିଶୁଟିକୁ ସଙ୍ଗେ ସଙ୍ଗେ ଡେଲାଙ୍ଗ ଡାକ୍ତର କାମନାକୁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଖବର ପାଇ ଶବ ବ୍ୟବଚ୍ଛେଦ ନିମନ୍ତେ ପୁରୀ ପଠାଇଥିବା ଜଣାପଡିଛି। ଲୁଣା ନଦୀରେ ଏକ ତୁଠ ପାଇଁ ବାରମ୍ବାର ଗ୍ରାମବାସି ମାନେ ଦାବି କରିଥିଲେ ମଧ୍ୟ ବିଡ଼ିଓ ଏହାକୁ ଅଣ ଦେଖା କରି ଆସୁଥିଲେ । ଯାହାଫଳରେକି ଆଜି ଏହି ଦୁର୍ଘଟଣା ଘଟିଛି ବୋଲି ଗ୍ରାମବାସୀ ମାନେ କହନ୍ତି ଓ ଏଥିପାଇଁ ବିଡ଼ିଓଙ୍କୁ ଦାୟୀ କରିଛନ୍ତି ।