ବୈତରଣୀରେ ବୁଡିଗଲେ ମହିଳା, ଉଦ୍ଧାର କାର୍ଯ୍ୟଜାରି
ହାଟଡ଼ିହି---- କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହାବଳେଶ୍ୱର ବୈତରଣୀ ନଦୀଘାଟରେ ଜଣେ ମହିଳା ଗାଧୋଇବା ବେଳେ ପାଣିରେ ବୁଡି ଯାଇଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ଜାବିନିପୁର ଗ୍ରାମର ପ୍ରଶାନ୍ତ ସେନାପତିଙ୍କ ସ୍ତ୍ରୀ ନିରୁପମା ସେନାପତି(୫୬) ଆଜି ବୈତରଣୀ ନଦୀର ହାବଳେଶ୍ୱର ଘାଟକୁ ଗାଧୋଇବାକୁ ଯାଇଥିବାବେଳେ ନଦୀରେ ବୁଡିଯାଇ ନିଖୋଜ ହୋଇଯାଇଛନ୍ତି । ପାଖରେ ଗାଧୋଉଥିବା କିଛି ଲୋକ ଏହାଦେଖି ପାଟିକରିବାପରେ ଲୋକମାନେ ଉଦ୍ଧାର କରିବାପାଇଁ ଲାଗିପଡିଥିଲେ । ବୈତରଣୀରୋଡରୁ ଦମକଳ କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ ମଧ୍ୟ ବର୍ତ୍ତମାନ ସୁଧା ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଦ୍ୟମ ଜାରି ରଖିଛନ୍ତି ।
ହାଟଡିହିରୁ ବିକାଶ ବିଶ୍ୱାଳ
ହାଟଡିହିରୁ ବିକାଶ ବିଶ୍ୱାଳ