Breaking News

ଆଖିପିଛୁଳାକେ ବୃଦ୍ଧଙ୍କ ଠାରୁ ଲୁଟିନେଲେ ୪୦ହଜାର

ହାଟଡ଼ିହି  ---- ହାଟଡିହିର ତେଲୁକା ହାଟ ନିକଟରୁ ଜଣେ ବୃଦ୍ଧଙ୍କ ଠାରୁ ଆଖି ପିଛୁଳାକେ ୪୦ହଜାର ଟଙ୍କା ଲୁଟି ନେଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଜମ୍ଭୀରା ପଞ୍ଚାୟତ ବରାଙ୍ଗ ଗ୍ରାମର ପ୍ରଫୁଲ ଦାସ (୬୨) ହାଟଡିହି ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାକୁ ଆସି ୪୦ହଜାର ଟଙ୍କା ଉଠାଇ ସାଇକେଲ ଯୋଗେ ଘରକୁ ଫେରୁଥିଲେ । ତେଲୁକା ହାଟ ହନୁମାନ ମନ୍ଦିର ନିକଟରେ ସାଇକେଲ ଚକର ପମ୍ପ କମିଯାଇଥିବାରୁ ନିକଟସ୍ଥ ସାଇକେଲ ଦୋକାନରେ ପମ୍ପ ଦେବା ସମୟରେ ତିନିଜଣ ଯୁବକ ୨ଟି ବାଇକରେ ଆସି ବୃଦ୍ଧଙ୍କ ପାଖରେ ବାଇକ ରଖି ସାଇକେଲରେ ଟଙ୍ଗା ହୋଇଥିବା ଟଙ୍କା ବ୍ୟାଗଟିକୁ ଆଖି ପିଛୁଳାକେ ଖୋଲି ନେଇ ପଳାଇଥିଲେ । ଏହାଦେଖି ବୃଦ୍ଧ ଜଣକ ପାଟି କରିଥିଲେ ମଧ୍ୟ ଲୋକମାନେ ପ୍ରଥମେ କିଛି ଜାଣିପାରି ନଥିଲେ । ପରବର୍ତ୍ତୀ ସମୟରେ ଘଟଣା ବାବଦରେ ଜାଣିବାପରେ ସ୍ଥାନୀୟ ଲୋକମାନେ ପୁଲିସକୁ ସୁଚନା ଦେଇଥିଲେ । ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିଚରା ବୃଦ୍ଧ ଜଣକ ଟଙ୍କାତକ ହରାଇ ମୁଣ୍ଡରେ ହାତଦେଇ ସନ୍ଧ୍ୟା ପର୍ଯ୍ୟନ୍ତ ଘଟଣାସ୍ଥଳରେ ବସି ରହିଥିବା ଦେଖିବାକୁ ମିଳିଛି ।
ହାଟଡିହିରୁ ବିକାଶ ବିଶ୍ୱାଳ

Blog Archive

Popular Posts