 |
| Atabira news |
ବରଗଡ଼----- ବରଗଡ଼ ଜିଲ୍ଲା ଅତାବିରାରେ ବାରମ୍ବାର ବିଦ୍ୟୁତ ବିଭାଗରେ ହୋଇଥିବା ଦୁର୍ନିତି ,ଅବହେଳା ତଥା ଅନିୟମିତତା ବିଦ୍ୟୁତ କାଟ ଯୋଗୁଁ ଦୀର୍ଘ ଦିନରୁ ଅସନ୍ତୋଷ ଲାଗି ରହିଥିଲା । ଏ ସମ୍ପର୍କରେ ଅନେକ ଥର ଅତାବିରା, ବରଗଡ଼,ବୁର୍ଲା ବିଭାଗୀୟ କର୍ତ୍ତୃପକ୍ଷ ମାନଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଏଥିପାଇଁ ସହର ଠାରୁ ଗାଁ ପର୍ଯନ୍ତ ଲୋକେ ବହୁ ଅସୁବିଧାର ସମ୍ବୁଖିନ ହେବାକୁ ପଡୁଛି।ଏପରିକି ଆବଶ୍ୟକ ମୁତାବକ ବିଦ୍ୟୁତ କର୍ମଚାରୀ ମଧ୍ୟ ନାହାନ୍ତି । ଫଳରେ ବିଦ୍ୟୁତ ବିଭ୍ରାଟରେ ଦିନ ଦିନ ଧରି ଲୋକେ ଅନ୍ଧାରରେ ରହିବା ସହ ମରାମତି ମଧ୍ୟ ବିଳମ୍ୱିତ ହେଉଛି । ଏହାର ପ୍ରତିବାଦରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଅତାବିରା ନଗର ଯୁବ କଂଗ୍ରେସର ଆହ୍ୱାନ ଓ ଅଞ୍ଚଳବାସୀଙ୍କ ମିଳିତ ଉଦ୍ୟମରେ ସମସ୍ତ ସରକାରୀ ବେସରକାରୀ ଦୋକାନ ବଜାର ଶନିବାର ଦିନ ବନ୍ଦ କରିବା ସହ ରାଜରାସ୍ତା ଦୁଇ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରିଥିଲେ। ଯାହା ଫଳରେକି ଉଭୟ ପାର୍ଶ୍ବରେ ଗାଡି ମଟର ଗୁଡ଼ିକ ଅଟକି ରହିଥିଲା । ଏହି ଆନ୍ଦୋଳନକୁ ସ୍ଥାନୀୟ ଲୋକମାନେ ସ୍ବଇଛାରେ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ । ଆନ୍ଦୋଳନ ଚାଲିଥିବାବେଳେ କିଛି ସମୟ ପରେ ବିଦ୍ୟୁତ ବିଭାଗ ତଥା ବରଗଡ଼ ପ୍ରଶାସନିକ ଅଧିକାରୀମାନେ ଆସି ଉପଯୁକ୍ତ ଷ୍ଟାଫ ଦେବା ସହ ସମସ୍ୟା ଉପରେ ଧ୍ୟାନ ଦେବେ ବୋଲି କହି ପ୍ରତିଶୃତି ଦେଇଥିଲେ। ତାପରେ ରାସ୍ତା ରୋକରୁ ଲୋକେ ଓହରିଥିଲେ। ଦେଖାଯାଉ ଆଗକୁ ସରକାର ତଥା ପ୍ରଶାସନିକ ଅଧିକାରୀମାନେ କଣ ପଦକ୍ଷେପ ନେଉଛନ୍ତି। ନା ଲୋକମାନଙ୍କୁ ବିଦ୍ୟୁତ ବିଭାଗର ଅଧିକାରୀମାନେ ଭଣ୍ଡାଉଛନ୍ତି ତାହା ଆଗାମୀ ସମୟ କହିବ ।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ୍