Breaking News

ବନ୍ଦ ଅଫିସକୁ ଘେରି ଧମକ ଖାଇଲେ ହିତାଧିକାରୀ

   ବରଗଡ଼--  ଲାଦେରପାଲି,ରେଙ୍ଗାଲିକେମ୍ପ,ଅତାବିରା  ବିଦ୍ୟୁତ ସେକ୍ସନକୁ କଂଗ୍ରେସ ଦଳର ଆହ୍ଵାନରେ ଅତାବିରା ନଗର ବାସୀ କାର୍ଯ୍ୟାଳୟରେ ଚାବି ପକାଯାଇଛି ।   ବିଦ୍ୟୁତ ଉପଭୋକ୍ତା ମାନେ ଦୀର୍ଘ ଦିନଧରି ସହି ଆସୁଥିବା ବିଦ୍ୟୁତ ବିଭାଗର ଅବହେଳା ତଥା ଅନିୟମିତତାକୁ  ସହିଯାଉଥିଲେ । ମାତ୍ର  କଂଗ୍ରେସ ସହଯୋଗ ରେ ବିଭାଗୀୟ  ଏକଜ୍ୟୁଟିଭି ଇଞ୍ଜିନିୟର ବିଭୁତି ଭୂଷଣ ଶତପଥୀଙ୍କୁ ଜଣାଇଥିଲେ  ।  ସେ ୧୦ଦିନର ସମୟ ମଧ୍ୟରେ ସମାଧାନ କରିବାର ପ୍ରତିଶୃତି ଦେଇଥିଲେ ।  ସମାଧାନ କରିବା ପରିବର୍ତ୍ତେ ତାଙ୍କର ଟ୍ରାନ୍ସଫର ହୋଇଯାଇଥିଲେ । ୧୭ଦିନ ପରେ ପୁଣି ନଗରବାସୀ ଲାଦେରପାଲି ଗ୍ରୀଡ଼ କୁ ଆସି ଏସଡିଓ ବିଜୟ ବେହେରାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ।ହେଲେ ସବୁଥର ଭଳି ବାହାନା ପରେ ବାହାନା କରି ଆଉ କିଛିଦିନ ସମୟ ମାଗିଥିଲେ ଓ କିଛି ସମାଧାନର ବାଟ ଖୋଜିବା ଓ ଏକଜ୍ୟୁଟିଭି ତ ନୁଆଁ ଆସିଛନ୍ତି ତାଙ୍କର ନମ୍ବର ନାହିଁ ବୋଲି କହିଥିଲେ। ହେଲେ ଉତ୍ୟକ୍ତ ଜନତା ସେ କଥାରେ ରାଜି ନ ହେଇ ଯେ ପର୍ୟ୍ଯନ୍ତ ସ୍ଥାୟୀ ଷ୍ଟାଫ ଓ ବେନିୟମ ଭାବେ ବିଦ୍ୟୁତ କାଟ   ବନ୍ଦ ନ ହୋଇଛି ସେ ପର୍ଯ୍ୟନ୍ତ  କାର୍ଯ୍ୟାଳୟରେ ବନ୍ଦ କରାଯାଇଛି ।   ଆସନ୍ତାକାଲି ଅତାବିରା ଏନଏସି ଅଞ୍ଚଳ ବାସି  ରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦେଇଥିଲେ। ସହରାଞ୍ଚଳ ପରେ ପରେ ଗ୍ରାମାଞ୍ଚଳରେ ମଧ୍ୟ ବିଦ୍ୟୁତ ସମସ୍ୟା ଲାଗି ରହିଛ । ବରଗଡ଼ଜିଲ୍ଲା ଅତାବିରା ଜାଙ୍ଗେଡ଼ ପଞ୍ଚୟତ ଭାଲୁପତ୍ରା ଗାଁ ର ଲୋକେ ଆସି ବନ୍ଦ ଅଫିସ କୁ ଦେଖି ଅଭିଯୋଗ କରିଥିଲେ ଓ ହେଲେ ଲାଦେର ପାଲି ଆସି ସ୍ଥାୟୀ ସମାଧାନ ନହେବ ତେବେ ସେ ପର୍ଯନ୍ତ  ଆମେ ଯିବୁ ନାହିଁ ଏଇଠି ରହିବୁ ବୋଲି କହିଥିବା ବେଳେ ସ୍ଥାନୀୟ ଜେଇ  ଧମକ ଚମକ ମଧ୍ୟ ଦେଇଥିବାର ଲୋକେ କହନ୍ତି ।

ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts