Breaking News

ଜପିଦାସ ହାଇସ୍କୁଲରେ ନିଆରା ଢଙ୍ଗରେ ଗୁରୁ ଦିବସ ପାଳିତ

ହାଟଡ଼ିହି -----ହାଟଡିହି ବ୍ଲକ ଜପିଦାସ ହାଇସ୍କୁଲରେ ପବିତ୍ର ଗୁରୁଦିବସ ଏକ ନିଆରା ଢ଼ଙ୍ଗରେ ପାଳିତ ହୋଇଯାଇଛି । ଅନ୍ୟ ଠାରେ ଛାତ୍ର ଛାତ୍ରୀ ମାନେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବଡ ବଡ ଉପହାର ଦେଇଥିବା ବେଳେ ଏଠାରେ ଗୁରୁ ମାନଙ୍କୁ ମିଳିଛି ଗଛର ଚାରା  । ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନେ ଫୁଲ ଚନ୍ଦନ ଦେଇ ଗୁରୁପୂଜା କରିବାପରେ ଗୁରୁବନ୍ଦନା ଗାନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନେ ଉପହାର ସ୍ୱରୁପ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବିଭିନ୍ନ ଗଛର ଚାରା ପ୍ରଦାନ କରିଥିଲେ ।ବଡରମ୍ପାସ ସ୍ଥିତ ଜପିଦାସ ବିଦ୍ୟା ମନ୍ଦିର ପରିସରରେ ପ୍ରଧାନ ଶିକ୍ଷକ ଡମ୍ବରୁଧର ଦେହୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ କିଶୋର ଆଚାର୍ଯ୍ୟ ଯୋଗଦେଇ  ଛାତ୍ରଛାତ୍ରୀ ମାନଙ୍କୁ ପୂଜ୍ୟପୂଜାର ମହାନ ପରମ୍ପରା ସମ୍ପର୍କରେ ଆଲୋକପାତ କରିବା ସହିତ ବାସ୍ତବବାଦୀ ହେବାକୁ ପରାମର୍ଶ ଦେଇଥିଲେ ।  ଶିକ୍ଷକ ମଦନ ମୋହନ ମିଶ୍ର, ଜ୍ୟୋତିର୍ମୟୀ ନାୟକ, ସତ୍ୟପୀର ମହାନ୍ତି, ଲକ୍ଷ୍ମୀପ୍ରୀୟା ଦାସ, ଦିଲ୍ଲିପ କୁମାର ଲେଙ୍କା, ଅନୁପମା ସା, ଶିଶିର କୁମାର ଜେନା, ପ୍ରଦୀପ କୁମାର ପାତ୍ର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଗୁରୁଦିବସର ମାହାତ୍ମ୍ୟ ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ ।   ପ୍ରକାଶ କୁମାର ଧଳ, ମୃତ୍ୟୁଞ୍ଜୟ ପରିଡା, ଦେବାଶିଷ ସ୍ୱାଇଁ, ହରେକୃଷ୍ଣ ପଣ୍ଡା, ସତ୍ୟପ୍ରକାଶ ଖୁଣ୍ଟିଆ, ସାଇଶ୍ରୀ ଜେନା, ବଦ୍ରୀନାରାୟଣ ବିଶ୍ୱାଳ, ପ୍ରଭୁଦତ୍ତ ମହାପାତ୍ର, ସୌମ୍ୟଚିତ ସାହୁ, ଭାଗବତ ପୃଷ୍ଟି, ସନ୍ଦିପ ସେନାପତି, ସାଗରିକା ସାହୁ, ସୁନୀତା ନାହକ, ସୌରପ୍ରଭା ସେନାପତି, ସୁନୟନା ସେନାପତି, ପୁନ୍ୟପୁଲକିତା ସ୍ୱାଇଁ ପ୍ରମୁଖ ଗୁରୁଦିବସ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ହାଟଡିହରୁ ବିକାଶ ବିଶ୍ୱାଳ

Blog Archive

Popular Posts