ଦୋକାନ ସ୍କାଇଲାଇଟ ଭାଙ୍ଗି ଚୋରି
ହାଟଡ଼ିହି --- ହାଟଡିହି ବ୍ଲକ ଛକ ନିକଟରେ ଏକ ଦୋକାନର ସ୍କାଇଲାଇଟ ଭାଙ୍ଗି ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଖବରରୁ ଜଣାଯାଇଛି ଯେ ଅନ୍ନଦା ପ୍ରସାଦ ଜେନା ବ୍ଲକ ଛକରେ ଏକ ଜେରକ୍ସ ଦୋକାନ ଦେଇଥିବାବେଳେ ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ଆଜି ସକାଳେ ଆସି ଦୋକାନ ଖୋଲିବାପରେ ତାଙ୍କ ଦୋକାନର ସ୍କାଏଲାଇଟ ଭଙ୍ଗା ଯାଇଥିବା ଦେଖିବା ସହ ଦୋକାନରୁ ୨୭,୫୦୦ଟଙ୍କା ଚୋରି ଯାଇଥିବା ଜାଣିବାକୁ ପାଇଥିଲେ । ପାଖରେ ଥିବା ଜଳଖିଆ ଦୋକାନର ସ୍କାଏଲାଇଟ ଭାଙ୍ଗିଥିଲେ ମଧ୍ୟ ଏକଜିଷ୍ଟଂ ଫ୍ୟାନ ଲାଗିଥିବାରୁ ଭିତରକୁ ପସି ପାରିନଥିଲେ । ସେ ଅନ୍ନଦା ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ଥାନା ଏସ.ଆଇ ଅରୁପ ସାମଲ ଘଟଣାସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି ।
ହାଟଡିହିରୁ ବିକାଶ ବିଶ୍ୱାଳ
ହାଟଡିହିରୁ ବିକାଶ ବିଶ୍ୱାଳ


