Breaking News

ରେଟାରୀ କ୍ଳବ ପକ୍ଷରୁ ଚକ୍ଷୁ ପରୀକ୍ଷା ଓ ବୃକ୍ଷ ରୋପଣ




D senapati, 9778050895
Sakhigopal news
ସାକ୍ଷୀଗୋପାଳ---- ପୁରୀ- ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥ କରରେ ଅବସ୍ଥିତ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘ ପରିସରରେଚକ୍ଷୁ ପରୀକ୍ଷା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ରେଟାରୀ କ୍ଳବ ଭୁବନେଶ୍ୱର ରୟାଲ ଓ ରୋଟାରୀ କ୍ଳବ ଜଗନ୍ନାଥ ଧାମର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଇଛି । ଏହି ଅବସରରେ ଲେମ୍ମୁ, ଆକାଶିଆ ଓ ଜାମୁ ମାଟି ପିଣ୍ଡ କରି ବିଭିନ୍ନ ଯାଗାରେ ପକାଯାଇଛି । ଯାହାକି ବର୍ଷାହେଲେ ମାଟି ଓଦା ହେବା ସହ ମଞ୍ଜି ଗୁଡିକ ଓଦା ହୋଇ ସେଥିରୁ ଗଛ ବାହାରିବ ବୋଲି ପୁରୀ ରୋଟାରୀ କ୍ଳବର ସଭାପତି ପ୍ରଦୀପ୍ତ କୁମାର ନାୟକ କହିଥିଲେ  । ଏହି କାର୍ଯ୍ୟକ୍ରମରେ ଇନର ହୁଇଲି କ୍ଳବର ସଭାନେତ୍ରୀ ଝରଣା ନାୟକ, ସମ୍ପାଦିକା ନିରୁପମା ରଥ, ସଦସ୍ୟା କବିତା ସାହୁ, ବିଜୟ କାନ୍ତି ମିଶ୍ର ଓ ଭୁବନେଶ୍ୱର ରୋଟାରୀ କ୍ଳବର ସଭାପତି ମନ ମୋହନ ପଣ୍ଡା, ସେକ୍ରେଟାରୀ ଅଜୟ ପଟ୍ଟନାୟକ, ଡାଇରେକ୍ଟର ଧମେନ୍ଦ୍ର ବେହେରା, ବିଶ୍ୱଜିିତ ମିଶ୍ର, ଓ ପୁରୀ ରୋଟାରୀ କ୍ଳବର ସଦସ୍ୟ ଦେବରାଜ ପ୍ରଧାନ, ଶରତ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ନଡିଆ ଗଛ ବୃକ୍ଷ ରୋପଣ କରିଥିଲେ  । ରୋଟାରୀ କ୍ଳବ ଭୁବନେଶ୍ୱର ରୟାଲ ଚକ୍ଷୁ ଡା. ପ୍ରପୁଲ ନାୟକ ତାଙ୍କର ସହଯୋଗୀଙ୍କ ସହିତ ପ୍ରାୟ ୭୦ଜଣ ମୋତିଆ ବିନ୍ଦୁ ରୋଗ ଚିହ୍ନଟ କରାଯାଇଥିଲା  । ସୁଚନାଯୋଗ୍ୟ ଯେ ୪ ତାରିଖରୁ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘ କାର୍ଯ୍ୟାଳୟ ପରିସରରେ ଓଡିଶା ପୁନଃ ନିର୍ମାଣ ଅଭିଯାନ ଯୁବ ଶିବିର କାର୍ଯ୍ୟକ୍ରମ ଚାଲୁରହିଛି  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts