Breaking News

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ସମ୍ମିଳନୀ

ହାଟଡ଼ିହି   ----  ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତରେ ଆଜି ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବଞ୍ଚୋ ଓ ଅକରୁଆ ପଞ୍ଚାୟତ ହିତାଧିକାରୀଙ୍କ ପାଇଁ ବଞ୍ଚୋ ପଞ୍ଚାୟତ  କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ନୋଡାଲ ଅଫିସର ଭାବେ କନିଷ୍ଠଯନ୍ତ୍ରୀ ରତିକାନ୍ତ ଲେଙ୍କା, ସରପଞ୍ଚ ଚମ୍ପାବତୀ ପୁହାଣ, ଅକରୁଆ ସରପଞ୍ଚ କୌଶଲ୍ୟା ସେଠୀ ପ୍ରମୁଖ ଯୋଗଦେଇ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟଶୈଳୀ ସମ୍ପର୍କରେ ଆଲୋପାତ କରିଥିଲେ । ଏଥିରେ ବଞ୍ଚୋ ପଞ୍ଚାୟତର ୬୦ଜଣ ଓ ଅକରୁଆ ପଞ୍ଚାୟତର ୧୧ଜଣ ହିତାଧିକରୀ ଯୋଗଦେଇଥିଲେ । ଅକରୁଆ ପିଇଓ ଶରତ କୁମାର ବେଜ ଓ ନରହରି ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ଶାସଙ୍ଗ ପଞ୍ଚାୟତରେ ଅନୁଷ୍ଠିତ ସମ୍ମିଳନୀରେ ବିଡିଓ ସୁଶାନ୍ତ କୁମାର ବାରିକ, ସରପଞ୍ଚ ବିମ୍ବାଧର ବିଶ୍ୱାଳ, ସହକାରୀଯନ୍ତ୍ରୀ ସୁଶିଲ କୁମାର ସେଠ ପ୍ରମୁଖ ଯୋଗଦେଇ ୭୭ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସର କାର୍ଯ୍ୟାବଳୀ ସମ୍ପର୍କରେ ବୁଝାଇଥିଲେ । କାର୍ଯ୍ୟାଦେଶ ପାଇବାପରେ କିପରି ଘର ନିର୍ମାଣ ଆରମ୍ଭ କରିବେ ଓ କିପରି ଭାବେ ସେମାନଙ୍କୁ ଅନୁଦାନ ଯୋଗାଇ ଦିଆଯିବ ସେ ସମ୍ପର୍କରେ ସୁଚନା ଦେଇଥିଲେ । କାର୍ଯ୍ୟନିର୍ବାହୀ ଅଧିକାରୀ କୋଦଣ୍ଡଧର ପଣ୍ଡା, ଜିଆରଏସ ସବିତା ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ହାଟଡିହରୁ ବିକାଶ ବିଶ୍ୱାଳ

Blog Archive

Popular Posts