ଭଗବତୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁ ପୂଜନ
ସାକ୍ଷୀଗୋପାଳ---- ବିଶିଷ୍ଟ ଦାର୍ଶନିକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଜୟନ୍ତୀ ଙ୍କୁ ଗୁରୁଦିବସ ଭାବେ ପାଳିତ ହୋଇଆସୁଛି । ସତ୍ୟବାଦୀ ବ୍ଳକ ସ୍ଥିତ ପରଜାପଡା ଠାରେ ଥିବା ଭଗବତୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମହା ଆଡମ୍ବରରେ ଗୁରୁ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟରେ ଥିବା ମହାପୁରୁଷଙ୍କ ଫଟୋଚିତ୍ରରେ ମାଲ୍ୟର୍ପଣ କରିବା ସହ ଧୁପ, ଦୀପ ଦେଇ ପ୍ରର୍ଥନା କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁଦାମ ବାରିକ ଓ ବିଦ୍ୟାଳୟର ପ୍ରମୁକ ଚିତ୍ର ସେନ ମହାରଣା ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଗୁରୁଦିବସ ସମ୍ପର୍କେ ମତ ରଖିଥଲେ । ଲକ୍ଷ୍ମୀ ଲଲିତା ପ୍ରଧାନ, ସୋନାଲୀ ମିଶ୍ର, ପ୍ରଣୟିନୀ ମିଶ୍ର, ମିନତୀ ମାଠ, ଝୁନାମଣି ନାୟକ, ଜଗନୀ ବାଳା ଦୀକ୍ଷିତ, ଅନୀତା ପ୍ରିୟଦର୍ଶନୀ ବରାଳ, ସରୋଜିନୀ ପ୍ରଧାନ, ସୋନାଲୀ ସ୍ୱାଇଁ, ଶ୍ରଦ୍ଧାଞ୍ଜଳୀ ପ୍ରଧାନ, ଜୁଲିସ୍ମିତା ବାରିକ, ପିୟମ୍ବଦା ମହାରଣା, ରଶ୍ମି ରଞ୍ଜିତା, ବାରିକ, ମଧୁସ୍ମିତା ସାହୁ, ଅଞ୍ଜଳି ପ୍ରିୟା ସ୍ୱାଇଁ କବିତା ସାହୁ, ବିଜ୍ଞାନୀ ବାଳା ନରେନ୍ଦ୍ର ସମନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ । ଛାତ୍ରଛାତ୍ରୀ ମାନେ ଗୁରୁମା ଗୁରୁଜୀଙ୍କୁ ଏକ ସ୍ଥାନରେ ବସାଇ ବନ୍ଦାପନା କରିବା ସହ ସେମାନଙ୍କ ଠାରୁ ଆର୍ଶିବାଦ ନେଇଥିଲେ । ସେହିପରି ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଓ କୋଚିଂ ସେଣ୍ଟର ଗୁଡିକରେ ଗୁରୁ ଦିବସ ପାଳିତ ହୋଇଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି