କୋଣାର୍କର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଦିବସ ପାଳିତ
କୋଣାର୍କ ----- ଜ୍ଞାନ ତପସ୍ୱୀ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ୧୯୬୨ ମସିହା ସେପ୍ଟେମ୍ବର ୫ତାରିଖରେ ନିଜ ଜନ୍ମଦିନ ପାଳନ ଅବସରରେ ଗୁରୁମାନଙ୍କୁ ସମ୍ମାନ ଦେବା ପାଇଁ ଗୁରୁ ଦିବସ ପାଳନ କରିଥିଲେ । ସେବେଠାରୁ ସମଗ୍ର ଭାରତ ବର୍ଷରେ ଛାତ୍ରଛାତ୍ରୀମାନେ ଏହି ଦିବସକୁ ଗୁରୁ ଦିବସ ଭାବେ ପାଲନ କରିଆସୁଛନ୍ତି । ଛାତ୍ରଛାତ୍ରୀମାନେ ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗୁରୁମାନଙ୍କୁ ବନ୍ଦାପନା କରି, ଚନ୍ଦନ, କର୍ପୂର, ଧୂପ ଓ ଦୀପ ଦେଇ ପୂଜାର୍ଚ୍ଚନା କରିବାପରେ ମିଠା ଖୂଆଇଥିଲେ । ଗୁରୁ ଦକ୍ଷିଣା ସ୍ୱରୂପ ଛାତ୍ରଛାତ୍ରୀମାନେ ନିଜ ନିଜ ଶିକ୍ଷା ଗୁରୁମାନଙ୍କୁ ବିଭିନ୍ନ ପ୍ରକାରର ଉପହାର ପ୍ରଦାନ କରିଥିବାର ଦେଖିବାକୁ ମିଲିଥିଲା । ଏହି ଅବସରରେ କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମର ଗୁରୁଜୀ ଓ ଗୁରୁମାମାନେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ଆଦର୍ଶ ଶିଷ୍ୟ ଓ ଶିଷ୍ୟା ଶିକ୍ଷାଶ୍ରମର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା, ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଶ୍ରମ ପକ୍ଷରୁ ପୁରସ୍କାର ଓ ମାନପତ୍ର ବିତରଣ କରାଯାଇଥିଲା । ଶିକ୍ଷାଶ୍ରମର ଛାତ୍ରଛାତ୍ରୀମାନେ ପରିବେଷଣ କରିଥିଲେ ଆଦର୍ଶ ଶିଷ୍ୟ ଆରୁଣି ନାଟକ ଓ ସଚେତନ ଧର୍ମୀ ନୃତ ସଂଗୀତର କାର୍ଯକ୍ରମ । ସେହିପରି କୋଣାର୍କ ନାଟ୍ୟମଣ୍ଡପର ଅନ୍ତେବାସୀ ଛାତ୍ରଛାତ୍ରୀମାନେ ବିଶେଷ ଢଙ୍ଗରେ ଗୁରୁପୂଜନ କରିବା ସହ ନାଟ୍ୟମଣ୍ଡପ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡିଶୀ ଓ ଗୋଟିପୂଅ ନୃତ୍ୟ ପରିବେଷଣ କରିଥିଲେ । ସେହିପରି ଭେଙ୍କଟେଶ୍ୱର ସ୍ୱୁଲ, ଜବାହାର ନବୋଦୟ ବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର, ଆଶ୍ରମ ସ୍କୁଲ, କୋଣାର୍କ ହାଇସ୍କୁଲ, ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଓ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗୁରୁ ପୂଜା କରିଥିଲେ । ଏହି ସବୁ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଧାରଣଜ୍ଞାନ, ଚିତ୍ରାଙ୍କନ, ବକୃତା, ପ୍ରବନ୍ଧ, କବିତା, ଫ୍ୟାନସି ଡ଼୍ରେସ ପ୍ରଭୃତି ପ୍ରତିଯୋଗୀତା କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା ।
କୋଣାର୍କରୁ ଅଜିତ କୁମାର ମଲିକ