ପଞ୍ଚାୟତକୁ ନାହିଁ ଇଣ୍ଟରନେଟ ସୁବିଧା, କାର୍ଯ୍ୟାଳୟ ଖତ ଖାଉଛି କମ୍ପ୍ୟୁଟର
ହାଟଡ଼ିହି----କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କ୍ୟାସଲେସ ଘେଷଣା କରାଯାଇଥିଲେ ମଧ୍ୟ ତାହା ବାସ୍ତ୍ୟବରେ କେତେଦୁର ସଫଳ ତାହା କେହି ଜାଣନ୍ତି ନାହିଁ । ମାତ୍ର ମୁଖ୍ୟମନ୍ତ୍ରୀଙ୍କୁ ସବୁ ପଞ୍ଚାୟତରେ ଇଣ୍ଟନେଟ ସୁବିଧା କରାଯାଇଛି ବୋଲି କୁହାଯାଇଛି । ମାତ୍ର କେନ୍ଧୁଝର ଜିଲ୍ଲାର ହାଟଡିହି ବ୍ଲକର କୌଣସି ପଞ୍ଚାୟତକୁ ଇଣ୍ଟରନେଟ ସୁବିଧା ଆଜି ପର୍ଯ୍ୟନ୍ତ ନାହିଁ । ଯାହା ଫଳରେକି ପଞ୍ଚାୟତ କାର୍ଯ୍ୟାଳୟ ଗୁଡିକ ଅଚଳ ହୋଇପଡିଛି । ଦୀର୍ଘ ବର୍ଷ ହେଲା ପ୍ରତି ପଞ୍ଚାୟତକୁ ବ୍ଳକ ପକ୍ଷରୁ କମ୍ପ୍ୟୁଟର ଯୋଗାଇ ଦିଆଯାଇଥିଲେ ମଧ୍ୟ ତାହା କାର୍ଯ୍ୟରେ ନଲାଗି ଏବେ ଖତ ଖାଉଥିବା ଜଣେ କର୍ମଚାରୀ କହନ୍ତି । ବ୍ଲକର ୨୭ଟି ଯାକ ପଞ୍ଚାୟତକୁ କମ୍ପ୍ୟୁଟର ଯୋଗାଇ ଦେଇଥିଲେ । ୪ଟି କମ୍ପ୍ୟୁଟର ବ୍ଲକ କାର୍ଯ୍ୟାଳୟରୁ ଚୋରୀ ହୋଇଯିବାରୁ ୪ଟି ପଞ୍ଚାୟତକୁ ଯେଗାଯାଇ ପାରିନାହିଁ । ଅନ୍ୟପକ୍ଷେ ପଞ୍ଚାୟତର ସମସ୍ତ କାର୍ଯ୍ୟ ଅନଲାଇନ ମାଧ୍ୟମରେ କରାଯିବା ଓ ବ୍ଳକ ସହିତ ସିଧାସଳଖ ଯୋଗାଯୋଗ ହୋଇପାରିବାର ଯୋଜନା ରାଜ୍ୟ ସରକାର କରିଛନ୍ତି । ଏଥିପାଇଁ ଗତ ୫ବର୍ଷ ତଳେ ପ୍ରତିପଞ୍ଚାୟତକୁ ବି.ଏସ..ଏନ . ଏଲ ଦ୍ୱାରା ଇଣ୍ଟରନେଟ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଗାତ ଖୋଳାଯାଇ କେବୁଲ କନେକସନ ଦିଆଯାଇଥିଲା । ମାତ୍ର ୫ବର୍ଷ ଅତିକ୍ରାନ୍ତ ହୋଇଯାଇôତଲେ ମଧ୍ୟ କୌଣସି ପଞ୍ଚାୟତକୁ ଇଣ୍ଟରନେଟ ସେବା ଯୋଗାଇ ଦିଆଯାଇ ନାହିଁ । କମ୍ପାନୀ କାମ ସମ୍ପୁର୍ଣ୍ଣ ନକରି ଟଙ୍କା ନେଇ ପାର ହୋଇଯାଇଥିବା ଲୋକମାନେ କହନ୍ତି । ଏବେ ପଞ୍ଚାୟତ କର୍ତ୍ତୁପକ୍ଷ ଭକୁଆ ସାଜି ଅନଲାଇନ ସେବାକୁ ଚାହିଁଁ ବସିଛନ୍ତି । ଏବେ ପଞ୍ଚାୟତ ମାନଙ୍କରେ ଏମ.ଜି.ଏନ.ଆର.ଇ.ଜି.ଏସ, ଗ୍ରାମୀଣ ଆବାସ ଯୋଜନା, ହରିଶ୍ଚନ୍ଦ୍ର ସହାୟତା, ପିଡିଏସ, ପ୍ଲାନ ପ୍ଲସ, ପ୍ରୀୟାସପ୍ଟ ଆଦି କାମସବୁ କମ୍ପ୍ୟୁଟର ମାଧ୍ୟମରେ ଅନଲାଇନ ଜରିଆରେ ହେଉଥିବାବେଳେ କୌଣସି ପଞ୍ଚାୟତ ଏହିକାର୍ଯ୍ୟ କରାଯାଉ ନାହିଁ । ପଞ୍ଚାୟତ ମାନଙ୍କରେ ଅନଲାଇନ ବ୍ୟବସ୍ଥା ନଥିବାରୁ ପିଇଓ ଏବଂ ଜିଆରଏସ ମାନେ ନିୟମିତ ବ୍ଲକ କାର୍ଯ୍ୟାଳୟକୁ ଆସି କିମ୍ବା ବାହାରେ ଏହି କାମ କରି ବାକୁ ବାଧ୍ୟ ହେଉଛନ୍ତି । ଏହାକୁନେଇ ପଞ୍ଚାୟତର ହିତାଧିକାରୀ ଓ କର୍ମଚାରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସରକାର କେବଳ ଯୋଜନା ଗୁଡିକ କାଗଜ କଲମରେ କରିଦେଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ ବାସ୍ତବରେ ତାହା କେତେଦୁର କାର୍ଯ୍ୟକ୍ଷମ ହେଲା ତାହା ଦେଖୁ ନଥିବାରୁ ଟଙ୍କା ତକ ପାଣିରେ ପଡିବା ସାର ହେଉଛି ବୋଲି ହାଟଡିହି ଅଞ୍ଚଳର ବୁଦ୍ଧଜିବୀ ମାନେ କହନ୍ତି । କେନ୍ଦୁଝର ଜିଲ୍ଲାପାଳ ଏହାକୁ ଗୁରୁତର ସହ ବିଚାରକରି ପ୍ରତି ପଞ୍ଚାୟତକୁ ଇଣ୍ଟରନେଟ୍ ସେବା ଯେଗାଇ ଦେବାକୁ ଜନସାଧାରଣରେ ଦାବି ହେଉଛି ।
ହାଟଡିହିରୁ ବିକାଶ ବିଶ୍ୱାଳ
sakhigopal news
hatadihi news
odisha news
ହାଟଡିହିରୁ ବିକାଶ ବିଶ୍ୱାଳ
sakhigopal news
hatadihi news
odisha news