 |
KANDAMALA NEWS |
କନ୍ଧମାଳ----- କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ଗ୍ରାମ ପଞ୍ଚାୟତ ଅଫିସରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଦିବସ ପାଳିତ ହୋଇଯାଇଛି । ବାଲିଗୁଡା ବିଡ଼ିଓ ନରେଶ ଚନ୍ଦ୍ର ଶବର, ଏପିଓ କରନ ଉଠାନସିଂ, ବାରଖମା ସରପଞ୍ଚ କୁନାଳ ପ୍ରଧାନ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାବୁଲା ସାହୁ, ମଙ୍ଗଳ ଅଧିକାରୀ ପ୍ରମୁଖ ଜନ ଶୁଣାଣି ଶିବିର ରେ ଯୋଗଦେଇଥିଲେ । ଏହି ଜନ ଶୁଣାଣି ଶିବିରରେ ରେବୀଙ୍ଗିଆ, ବାରଖମାର ଗ୍ରାମର ବହୁ ବୃଦ୍ଧାବୃଦ୍ଧି,ପୁରୁଷ, ମହିଳା ଯୋଗଦେଇଥିଲେ । ବିଶେଷ କରି ବାର୍ଦ୍ଧକ୍ୟ ଭତା, ଆବାସ ଯୋଜନା, ରାସନ କାର୍ଡ, ଜବକାର୍ଡ ଉପରେ ଅଭିଯୋଗ ଆସିଥିଲା ବୋଲି ବିଡ଼ିଓ ଶ୍ରୀ ଶବରଙ୍କ ଠାରୁ ପ୍ରକାଶ । ମୁଖ୍ୟମନ୍ତ୍ରୀଙ୍କ ଯେଉଁ ଆହ୍ବାନ ଥିଲା ବ୍ଳକ ଯିବ ଲୋକମାନଙ୍କ ପାଖକୁ ସେହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରତି ପଞ୍ଚାୟତରେ ଜନ ଶୁଣାଣି ଶିବିର ଆୟୋଜନ କରାଯାଇ ଲୋକମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯିବ । ବ୍ଲକ କାର୍ଯ୍ୟାଳୟ କୁ ଜନସାଧାରଣ ଆଉ ଯିବେ ନାହିଁ ବୋଲି ବିଡ଼ିଓ ଶ୍ରୀ ଶବର କହିଛନ୍ତି ।
କନ୍ଧମାଳରୁ ସୁରେଶ କୁମାର ପଣ୍ଡା