 |
Baragada Photo |
ବରଗଡ଼------ ବରଗଡ଼ ଜିଲ୍ଲାରେ ଭେଡେନ ଥାନା ଅଂଚଳରେ ଘଡଘଡି ସହ ଝିପି ଝିପି ବର୍ଷା ଲାଗିରହିଥିଲା। ମଙ୍ଗଳବାର ଦିନ ବଜ୍ରପାତରେ ସ୍ଵାମୀ,ସ୍ତ୍ରୀ ଆହତ ହୋଇଥିବା ବେଳେ ଗୁରୁବାର ଅପରାହ୍ନରେ ବଜ୍ରପାତରେ ଜଣକର ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଆହତ ହୋଇଛନ୍ତି । ସୂଚନା ଯୋଗ୍ୟ ସୁରଥ ସେଠ୪୮,ପଦ୍ମିନୀ ସେଠ୪୫ ଦୁଇ ସ୍ଵାମୀ ସ୍ତ୍ରୀ ଛାଲୁକୁଳୁଣ୍ଡା ଗ୍ରାମର ସେମାନେ ଖୁଂଟଳିପାଲି ଏକ ରାଇସମୀଲରେ କାମ କରନ୍ତି। ମଙ୍ଗଳବାର ଦିନ ସ୍ୱାମୀ ସ୍ତ୍ରୀ ଦୁଇ ଜଣ କୌଣସି ଜରୁରୀ କାମରେ ନିଜ ଗାଁକୁ ଆସୁ ଥିବାବେଳେ ଥୁଆପାଲି ଓ ଖୁଣ୍ଟଲିପାଲି ମଝିରେ ଥିବା ସାରସପାଲି ନିକଟରେ ବଜ୍ରା ଘାତରେ ଆହତ ହୋଇଥିଲେ । ସେହିପରି ବୁଧୁବାର ଦିନ ସଂକୀର୍ଡା ପଞ୍ଚାୟତର ନାଏବ ସରପଞ୍ଚ ବବିତା ଭୁଏଙ୍କ ସ୍ୱାମୀ ଝରାପାଳିର ଭୁବନେଶ୍ୱର ଭୋଇ ୪୭ ବିଲରେ କାମ କରୁଥିବାବେଳେ ତାଙ୍କ ଛାତିରେ ବଜ୍ରାଘାତ ହେଇଥିଲା ଯଦ୍ଵାରା ଭୁବନେଶ୍ୱର ଭୁଏ ଓ ତାଙ୍କ ସାଥିରେ କାମ କରୁଥିବା ଅରୁଣ ପଧାନ ଦୁଇ ଜଣ ଅଚେତ ହୋଇଯାଇଥିଲେ। ଆଖପାଖ ବିଲରେ କମକରୁଥିବା ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରିବା ସହ ସେମାନଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ। କିଛି ସମୟ ପରେ ଅରୁଣଙ୍କ ଚେତା ତ ଫେରି ଆସିଥିଲା ହେଲେ ଭୁବନେଶ୍ୱର ଙ୍କ ଛାତିରେ ବଜ୍ରାଘାତ ହେଇଥିବାରୁ ତାଙ୍କ ଜୀବନ ଦୀପ ଲିଭିଯାଇଥିଲା। ଘଟଣା ସ୍ଥଳରେ ପ୍ରଶାସନ ଅଧିକାରୀ ମାନେ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ବରଗଡ଼ ମୁଖ୍ୟ ଡାକ୍ତର ଖାନାକୁ ପଠାଇ ଦିଆଯାଇଥିଲା। ମୃତକ ଙ୍କ ପରିବାରକୁ ସରକାରୀ ସହାୟତା ଦେବା ପାଇଁ ଜନସାଧରଣରେ ଦାବି ହୋଇଛି।
ବରଗଡ଼ରୁ ଜିଲ୍ଲାପ୍ରତିନିଧି ନବୀନ ଦାଶଙ୍କ ରିପୋଟ