ଓଡ଼ଗାଁରେ ଇ ବାଇକ ଏବଂ ଇ ରିକ୍ସା ସୋରୁମ ଉଦ୍ଘାଘାଟିତ
ଓଡ଼ଗାଁ ---- ବର୍ତ୍ତମାନ ଦିନକୁ ଦିନ ପ୍ରଦୂଷଣର ମାତ୍ରା ଦେଶରେ ବଢ଼ି ବଢ଼ି ଚାଲିଛି। ମୁଖ୍ୟତଃ ଯାନବାହନ ଗୁଡିକ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି। ଅନ୍ୟ ପକ୍ଷରେ ଦିନ କୁ ଦିନ ତୈଳ ଦର ବାରମ୍ବାର ବଢ଼ିବାରେ ଲାଗିଛି । ସେଥିପାଇଁ ବ୍ୟାଟେରୀ ଚାଳିତ ଯାନବାହନର ଚାହିଦା ଏବେ ବଢ଼ି ଚାଲିଛି। ଏହି ଚାହିଦାକୁ ଦୃଷ୍ଟିରେ ରଖି ଉଶା ଅଟୋ ଏଜେନ୍ସି ତରଫରୁ ଓଡ଼ଗାଁ କଲେଜ ରୋଡ଼ରେ
ବାଇକ ଏବଂ ଇ ରିକ୍ସା ସୋରୁମ ଉଦଘାଟିତ ହୋଇଯାଇଛି । କମ୍ପାନୀର ପ୍ରବନ୍ଧକ ସଞ୍ଜୟ ସାଇନିଶୋରୁମକୁ ଉଦ୍ଘାଘାଟନ କରିଛନ୍ତି। ମୁଖ୍ୟ ଆକର୍ଷଣଥିଲେ ତରଙ୍ଗ ଆମ ଘର ଲକ୍ଷ୍ମୀ ଧାରାବାହିକରଅଭିନେତ୍ରୀ ଶ୍ରଦ୍ଧାଞ୍ଜଳି ପାଣିଗ୍ରାହୀ। ଶୋରୁମର ପରିଚାଳନା ନିର୍ଦେଶିକା ରେଣୁବାଳା ପାଣିଗ୍ରାହୀ ନିର୍ଦେଶକ ଜଗନ୍ନାଥ ପାଣିଗ୍ରାହୀ ଗ୍ରାହକମାନଙ୍କୁ ଉତ୍ତମସେବା ପ୍ରଦାନ କରିବା ପାଇଁ ବଦ୍ଧପରିକର ବୋଲି କହିଛନ୍ତି। ଉଦ୍ଘାଘାଟନୀ ଉତ୍ସବରେ ଇ ବାଇକ,ଇ ରିକ୍ସାର ପ୍ରଦର୍ଶନ ସହିତ ଫ୍ରୀ ଟେଷ୍ଟ ଡ୍ରାଇଭର ସୁଯୋଗ ଗ୍ରାହକ ମାନଙ୍କୁ ପ୍ରଦାନ କରାଯାଇଥିଲା।
ଓଡ଼ଗାଁ ରୁ ସୁଦୀପ୍ତ କୁମାର ଦଳେଇ