 |
Delang News |
ଡେଲାଙ୍ଗ ------ସାମୁଦ୍ରିକ ବାତ୍ୟାରେ ପୁରୀ ଜିଲ୍ଲାର ବହୁତ କ୍ଷତି ହୋଇଛି । ସେହିପରି ପରିବେଶ ମଧ୍ୟ କ୍ଷତି ହୋଇଛି । ଅଦିନରେ ରୌଦତାପ ଓ ବ୍ରଜପାତରେ ଧନଜୀବନ କ୍ଷତି ହୋଉଛି । ଏହାକୁ ଲକ୍ଷ୍ୟ କରି ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ବୃକ୍ଷ ରୋପଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହାକୁ ଗୁରତ୍ୱ ଉପଲବ୍ଧକରି ଡେଲାଙ୍ଗ ବ୍ଳକର ମୁନିନ୍ଦା ଗ୍ରାମ ପଞ୍ଚାୟତର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ତଥା ମୁନିନ୍ଦା ନେଡାଲ ଉପ୍ରା ବିଦ୍ୟାଳୟ ଓ କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ସହ ପରିବେଶ ଜନିତ ସଚେତନତା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଷ ବଳିଆରସିଂ, ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ପ୍ରଧାନ, ଶିକ୍ଷକ ରମେଶ ପରିଡା, ସୂର୍ଯ୍ୟନାରାୟଣ ଜେନା, ଅଧ୍ୟାପକ ତଥା ସଭାପତି ପୁରାତନ ଛାତ୍ର ପରିଷଦର ତ୍ରିନାଥ ପରିଡା, ସୁଦିପ୍ତ ପରିଡା, ପ୍ରବିର ମହାପାତ୍ର ଙ୍କ ସହିତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନେ ପ୍ରମୁଖ ଯୋଗଦେଇ ପରିବେଶ ଓ ଜୀବଜଗତ ପାଇଁ ବୃକ୍ଷ ହିଁ ଆବଶ୍ୟକତା ରହିଛି ବୋଲି ଯୋଗଦେଇଥବା ଅତିଥି ମାନେ ମତ ପ୍ରକାଶ କରିଥିଲେ । କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟରେ ଶଶାଂଙ୍କ ଚୁଡାମଣୀ ଯୋଗଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି