ସିପକ୍ ଟ୍ରାକର ଖେଳାଳିଙ୍କୁ ବିପୁଳ ସ୍ୱାଗତ
ଡେଲାଙ୍ଗ ------ ରାଜ୍ୟରେ ୨୦ତମ ସବଜୁନିୟର ସିପକ୍ ଟ୍ରାକର ଖେଳିବା ପାଇଁ ପୁରୀ ଜିଲ୍ଲାରୁ ୧୦ ଜଣ ଖେଳାଳି ଡେଲାଙ୍ଗ ବ୍ଳକର ମହତାବ ଉଚ୍ଚ ବିଦ୍ୟାଳୟର ଛାତ୍ର ମାନେ ଝାରସୁଗୁଡା ଯାଇଥିଲେ । ସେମାନେ ସେଠାରେ ଖେଳ ପ୍ରଦର୍ଶନ କରି ଜାତୀୟ ସ୍ତରରେ ଖେଳିବା ପାଇଁ ତିନିଜଣ ମନୋନୀତ ହୋଇଥବା ଟେକ୍ନିକାଲ ଅଫିସର ତଥା କ୍ରୀଡା ଶିକ୍ଷକ ନଟବର ସେଠୀଙ୍କ ଠାରୁ ଜଣାପଡିଛି । ଗୁରୁ ପ୍ରସାଦ, ସତ୍ୟଜିତି, ଅମୟ, ଉତ୍ତମ, ଆଲୋକ, ଜ୍ଞାନରଞ୍ଜନ, ସୁମନ୍ତ, ସୁରଜ, ପିନାକି ଓ ସୌମ୍ୟରଞ୍ଜନ । ମ୍ୟାନେଜର ଭାବେ ସୁକାନ୍ତ ଗଜେନ୍ଦ୍ର କାର୍ଯ୍ୟଭାର ତୁଲାଇଥିଲେ । ବିଦ୍ୟାଳୟର ଛାତ୍ର ମାନେ ଆଜିଫେରିବା ପରେ ବିଦ୍ୟାଳୟର ପ୍ରଧାନ ଶ୍ରୀକ୍ଷୟତ୍ରୀ ନିବେଦିତା ତ୍ରିପାଠୀ, ଶିକ୍ଷୟତ୍ରୀ କାଦମ୍ବନି ଦାସଙ୍କ ସହିତ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଓ ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଉପାଧ୍ୟକ୍ଷାଙ୍କ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟ, ସୁଜନପୁର ସରପଞ୍ଚଙ୍କ ପ୍ରତିନିଧି ସଂଜୟ ରାଉତରାୟ, ମୁନିଦା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଦୁର୍ଗା ଚରଣ ରାଉତରାୟ, ପୁର୍ବତନ ବ୍ଳକ ଉପାଧ୍ୟକ୍ଷ ଅଜୟ ରାଉତରାୟ, ବିଦ୍ୟାଳୟ ପରିଚାଳନା କମିଟର ସଭାପତି ପ୍ରମୋଦ ପ୍ରଧାନ ବହୁ ବ୍ୟକ୍ତି ବିଶେଷ ପିଲାମାନଙ୍କୁ ସ୍ୱାଗତ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି