Breaking News

ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସିଲା


M PANDA
Kandhamala News
କନ୍ଧମାଳ------ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଡାଡୁମାହା ଘାଟରେ ବସ୍ ଦୁର୍ଘଟଣା । ଭାରସାମ୍ୟ ହରାଇ ୩୦ଫୁଟ ତଳକୁ ଖସିଲା ବସ୍ । ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।  ଉଦ୍ଧାର କାର୍ଯ୍ୟ ଜାରି ରହିଛି  । କୋଟଗଡ଼ ପୋଲିସ୍ , ଅଗ୍ନିଶମ  ମେଡିକାଲ ଟିମ,ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ କୋଟଗଡ଼ ମେଡିକାଲରେ ଭର୍ତ୍ତି କରାଯାଉଛି  । କୋଟଗଡ଼ ରୁ ଶ୍ରୀରାମପୁର ର୍ଦେଇ ମାରଲାଙ୍ଗ  କୁ  ଯାଉଥିଲା  ଦିପକ୍ ନାମକ ଘରୋଇ ବସଟି । କୋଟଗଡ ରୁ 23 କିମି ପରେ ଡାଡୁ ମାହା ଘାଟି ରେ ଭାରସାମ୍ୟ ହରାଇ ବସ ଟି ଦୁର୍ଘଟଣା ଘଟି ଥିବା ଜଣାପଡିଛି । ଆହତ ମାନଙ୍କ ମଧ୍ୟରୁ  ଦଶ  ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲିଗୁଡା ଡାକ୍ତର ଖାନା  କୁ ରେଫର କରାଯାଇଛି ।
 କନ୍ଧମାଳ ମନୋଜ କୁମାର ପଣ୍ଡା

Blog Archive

Popular Posts