Breaking News

ଭାରତ ବିକାଶ ପରିଷଦ ଓ ଏକାମ୍ର ୱାର୍କସ ତରଫରୁ ବୃକ୍ଷ ରୋପଣ ଓ ପୋଖରୀ ସଫେଇ


ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅର୍ନ୍ତଗତ ପାଣିଭଣ୍ଡାର ଗ୍ରାମରେ ଫାନି ବାତ୍ୟାରେ ନଷ୍ଟ ହୋଇ ପଡିଥିବା ପୋଖରୀ ଓ ଗ୍ରାମ ସଫେଇ ସହିତ ବୃକ୍ଷ ରୋପଣ ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ପକ୍ଷରୁ କରାଯାଇଛି । ସତ୍ୟବାଦୀ ଶାଖାର ସଭାପତି ସତ୍ୟବାଦୀ ଦାଶ, ଅର୍ଥ ସଚ୍ଚିବ ନବଘନ ଶତପଥୀ, ସମ୍ପାଦକ ଭ୍ରମର ବର ସ୍ୱାଇଁଙ୍କ ନେତୃତ୍ୱରେ ଗ୍ରାମର ଶତାଧିକ ଗ୍ରାମବାସୀ ଓ ପରିଷଦର ସଦସ୍ୟ ମାନେ କାର୍ଯ୍ୟକମରେ ଅଂଶ ଗ୍ରହଣ କରିଥିଲେ  । ପରିଷଦର ରାଜ୍ୟ ସଂଗଠନ ସମ୍ପାଦକ ପ୍ରଦୀପ୍ତ ମହାରଣା, ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଠିଆ ,  ରାଜ୍ୟ ପ୍ରମୁଖ ସୌମେନ୍ଦ୍ର ଦାଶ ଓ କେନ୍ଦ୍ରୀୟ ଉପାଧ୍ୟକ୍ଷ ସଚ୍ଚିଦାନନ୍ଦ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ  । ପରିଷଦ ପକ୍ଷରୁ ଛତା, ବେଡସିଟି୍ ,ଟର୍ଚ୍ଚଲାଇଟି ଓ ମଶାରୀ ଇତ୍ୟାଦି ବାତ୍ୟାରେ କ୍ଷତିଗସ୍ତ ପରିବାରଙ୍କୁ ପ୍ରଦାନ କରାଯାଇଥିଲା  । ଏହି କାର୍ଯ୍ୟକ୍ରମରେ ଏକାମ୍ର ୱାକର୍ସ କ୍ଳବ ଓ ମହିଳା ପ୍ରତିନିଧିମାନେ ସହଯୋଗ କରିଥିଲେ  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts