 |
Sakhigopal news |
ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବରାଳ ବାଲୁଙ୍କେଶ୍ୱର ଦେବ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଶ୍ରୀ ଶ୍ରୀ ଗୋବିନ୍ଦଜୀଉ ଗୋଶାଳା ପରିସରରେ ବୃକ୍ଷରୋପଣ ଓ ଗୋ ସୁରକ୍ଷା ଆଲେଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଗୋଶାଳାର ସଭାପତି ମହେଶ୍ୱର ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଲିମ୍ବ, କରଞ୍ଜ, କୃଷ୍ଣଚୁଡା ଆଦି ବିଭିନ୍ନ ପ୍ରଜାତିର ପ୍ରାୟ ୨୫୦ ଟି ଗଛ ଚାରା ଗୋଶାଳା ପରିସରରେ ଲଗାଯାଇଥିଲା । ଭାରତୀୟ ଗୋ ବଂଶର ସମୃଦ୍ଧି ଓ ସୁରକ୍ଷା ସମ୍ପର୍କରେ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଓଡିଶାରୁ ବ୍ୟାପକ ବେଆଇନ ଗୋ ଚାଲନ କିଭଳି ଭାବେ ରେକାଯାଇ ପାରିବ ଏବଂ ଏଥିରେ ଯେଉଁମାନେ ସାମିଲ ଅଛନ୍ତି ସେମାନଙ୍କ ବିରୁଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିବାକୁ ଆଲେଚନା ଚକ୍ରରେ ସ୍ଥିର କରାଯାଇଛି । ଜନସମର୍ଥନ ପାଇଁ ଏକ ଗୋ ସୁରକ୍ଷା ଯାତ୍ରା ପୁରୀ, ଖୋର୍ଦ୍ଧା, ନୟାଗଡ ଆଦି ଜିଲ୍ଲା ପରିକ୍ରମା କରି ଜନ ସଚେତନତା ସୃଷ୍ଟି କରିବା ସହ ଦସ୍ତଖତ ସଂଗ୍ରହ କରାଯିବା ପାଇଁ ଆଲେଚନା ଚକ୍ରରେ ସ୍ଥିର କରାଯାଇଛି । ଏହି ଆଲେଚନାଚକ୍ରରେ ସୁଧୀର ଚକ୍ରବର୍ତ୍ତୀ, ବିଭୂତି ଭୂଷଣ ମହାପାତ୍ର, ପ୍ରଭାତ ମହାପାତ୍ର, ଅଶୋଭ ଭଗବତ୍, ଆଲୋକ ମହାପାତ୍ର, ଫଗୁ ପରିଡା, ଅରବିନ୍ଦ ଦାସ, ଜଗନ୍ନାଥ ପଟଟନାୟକ, ଭାସ୍କର ନାଏକ, ରାମଚନ୍ଦ୍ର ପ୍ରଧାନ, ଅମୂଲ୍ୟ ବରାଳ, ଉଗ୍ରେଶନ ମହାପାତ୍ର ପ୍ରମୁଖ ବୃକ୍ଷ ରୋପଣ ଓ ଗୋ ସୁରକ୍ଷା ଆଲେଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି