 |
Delang news |
ଡେଲାଙ୍ଗ---- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଯମୁନା ଝାରପଡା ଅଞ୍ଚଳରେ କିଚି ଅସମାଜିକ ଯୁବକ ମାନେ ବେଆଇନ ଭାବେ ଖଣି ଖନନ ଦୀର୍ଘଦିନ ହେବ ଚାଲିଛି । ଏହାକୁ ନେଇ ଅନେକ ଥର ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରି ଆସୁଥିଲେ । ଏପରିକି ଏହାକୁ ନେଇ ବୋମା ମାଡ ଠାରୁ ହତ୍ୟାକାଣ୍ଡ ମଧ୍ୟ ଘଟିଯାଇଛି । ଡେଲାଙ୍ଗ ପୋଲିସ ଓ ତହସିଲଦାରଙ୍କ ପକ୍ଷରୁ ଉକ୍ତ ଅଞ୍ଚଳରେ ଚଡାଉ କରାଯାଉଥିଲେ ମଧ୍ୟ ଖଣି ମାଫିଆ ଖସି ଯିବାରେ ସବୁ ବେଳେ ସକ୍ଷମ ହୋଇଛନ୍ତି । ସୋମବାର ଦିନ ଖଣି ଖନନ କରାଯାଉଥିବା ଖବର ପାଇ ଡେଲାଙ୍ଗ ତହସିଲଦାର ରଜେନ୍ଦ୍ର ଆଚାରୀଆ ଓ ହରିରାଜପୁର ଫାଣ୍ଡି ଅଧିକାରୀ ପ୍ରକାଶ ମିଳିକ ଅଚାନକ ଚଡାଉ କରି ୩ଟି ଜେସିବି ଦୁଇଟି ଟ୍ରାକ୍ଟର ଓ ଗୋଟିଏ ଟ୍ରକ ଜବତ କରିବାରେ ସଫଳ ହୋଇଛନ୍ତି । ମାତ୍ର ଗାଡି ଛାଡି ଦେଇ ଗାଡିର ଡ୍ରାଇଭର ମାନେ ପଳାଇ ଯାଇଛନ୍ତି । ପୋଲିସ ସମସ୍ତ ଗାଡି ଗୁଡିକ ହରିରାଜପୁର ଫାଣ୍ଡି ଠାରେ ରଖିଥିବାର ଜଣାପଡିଛି । ଗାଡିର ମାଲିକ ମାନଙ୍କ ଉପରେ ଜୋରିମାନ କରାଯିବା ପରେ ଗାଡି ଛଡାଯିବ ବୋଲି ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି